Categories: ଜାତୀୟ

ଆଜମ୍‌ ଖାଁଙ୍କୁ ଝଟ୍‌କା: ରଦ୍ଦ ହେଲା ଅବଦୁଲାଙ୍କ ବିଧାୟକ ପଦ

ଲକ୍ଷ୍ନୌ,୧୬।୧୨: ସମାଜବାଦୀ ପାର୍ଟି ଏମ୍‌ପି ଆଜମ୍‌ ଖାଁଙ୍କୁ ବଡ଼ ଝଟ୍‌କା ଲାଗିଛି। ସୋମବାର ଆହ୍ଲାବାଦ୍‌ ହାଇକୋର୍ଟ ତାଙ୍କ ପୁଅ ଅବଦୁଲା ଆଜମ୍‌ଙ୍କ ବିଧାୟକ ପଦକୁ ରଦ୍ଦ କରିଛନ୍ତି। ସେ ସ୍ବାର ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ୨୦୧୭ରେ ନିର୍ବାଚନ ଲଢ଼ିବା ସମୟରେ ଅବଦୁଲାଙ୍କୁ ୨୫ ବର୍ଷ ହୋଇ ନ ଥିବା ଅଭିଯୋଗ କରି ବିଏସ୍‌ପି ସଦସ୍ୟ ନଓ୍ବାବ୍‌ କାଜିମ୍‌ ଅଲ୍ଲୀଙ୍କ ପକ୍ଷରୁ କୋର୍ଟରେ ଏକ ଆବେଦନ ଦାଖଲ କରାଯାଇଥିଲା। ଅବଦୁଲା ମିଥ୍ୟ ତଥ୍ୟ ଏବଂ ପ୍ରମାଣପତ୍ର ଦେଇଥିବା ଅଭିଯୋଗ ହୋଇଥିଲା। କୋର୍ଟଙ୍କ ପକ୍ଷରୁ ମାମଲାର ଶୁଣାଣି କରାଯାଇ ସେପ୍ଟେମ୍ବର ୨୭ରେ ରାୟକୁ ସଂରକ୍ଷିତ ରଖାଯାଇଥିଲା। ବିଚାରପତି ଏସ୍‌.ପି. କେଶରଓ୍ବାନୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ରାୟ ଦେଇଛନ୍ତି।

Share