ଆଜମ୍‌ ଖାନ୍‌ଙ୍କ ଉପରେ ପୁଣି ଅଙ୍କୁଶ: ୪୮ ଘଣ୍ଟା ପ୍ରଚାର ମନା

ନୂଆଦିଲ୍ଲୀ,୧ା୫(ପି.ଟି.):ସମାଜବାଦୀ ପାର୍ଟି (ଏସ୍‌ପି)ର ବରିଷ୍ଠ ନେତା ଆଜମ୍‌ ଖାନ୍‌ଙ୍କ ନିର୍ବାଚନୀ ପ୍ରଚାର ଉପରେ ନିର୍ବାଚନ କମିଶନ (ଇସି) ମଙ୍ଗଳବାର ପୁଣିଥରେ ୪୮ ଘଣ୍ଟିଆ କଟକଣା ଜାରି କରିଛନ୍ତି। ଫଳରେ ଆଜମ୍‌ ବୁଧବାର ସକାଳ ୬ଟାରୁ ୪୮ ଘଣ୍ଟା ଧରି ପ୍ରଚାର କରିପାରିବେ ନାହିଁ। ସ୍ଥାନୀୟ ନିର୍ବାଚନ ଅଧିକାରୀମାନଙ୍କ ବିରୋଧରେ ସାମ୍ପ୍ରଦାୟିକ ମନ୍ତବ୍ୟ ଦେଇଥିବାରୁ ଇସି ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏହା ପୂର୍ବରୁ ଆଜମ୍‌ ରାମପୁରର ଭାଜପା ପ୍ରାର୍ଥୀ ତଥା ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଜୟପ୍ରଦାଙ୍କ ବିରୋଧରେ ‘ଖାକି ଅଣ୍ଡରଓ୍ବେର’ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ନିର୍ବାଚନ କମିଶନ ଆଜମ୍‌ଙ୍କୁ ୭୨ ଘଣ୍ଟା ପାଇଁ ପ୍ରଚାରରୁ ବାରଣ କରିଥିଲେ।

Share