Categories: ଜାତୀୟ

ଆଜମ ଖାନ୍‌ଙ୍କୁ ଝଟକା: ଅନ୍ତରୀଣ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୨୮।୮: ସମାଜବାଦୀ ପାର୍ଟି(ଏସ୍‌ପି)ର ଏମ୍‌ପି ଆଜମ ଖାନ୍‌ଙ୍କ ବଢ଼ୁଛି ଅଡ଼ୁଆ। ଜିଲା ଅଦାଲତ ଆଜମଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ବୁଧବାର ଶୁଣାଣି କରିଛନ୍ତି। ଏହି ଶୁଣାଣିରେ ତାଙ୍କର ଅନ୍ତରୀଣ ଜାମିନ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ସୂଚନାଯୋଗ୍ୟ, ଆଜମଙ୍କ ବିରୋଧରେ ଜମିଜମା ହଡ଼ପ ସମେତ ୨୯ଟି ଗୁରୁତର ମାମଲା ରହିଛି।

Share