ଆଜିଠାରୁ ଖଣ୍ଡଗିରି କୁମ୍ଭମେଳା

ଭୁବନେଶ୍ୱର,୧।୨(ବ୍ୟୁରୋ): ଶନିବାରଠାରୁ ଆରମ୍ଭ ହେଉଛି ପ୍ରସିଦ୍ଧ ଖଣ୍ଡଗିରି ମାଘ ସପ୍ତମୀ ମେଳା। ଏଥିପାଇଁ ଉତ୍ସବମୁଖର ହୋଇଉଠିଛି ଖଣ୍ଡଗିରି ଉଦୟଗିରି ପାଦଦେଶ। ସାରା ଦେଶରୁ ୩ହଜାରରୁ ଊର୍ଦ୍ଧ୍ୱ ସାଧୁସନ୍ଥଙ୍କ ସମାଗମ ହୋଇଥିବାବେଳେ ପ୍ରତ୍ୟୁଷରୁ ଧୁନି ସ୍ଥାପନ ପରେ ଉଛୁଳି ଉଠିବ ମେଳା ପରିସର। ହଜାର ବର୍ଷ ତଳର ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ଆୟୋଜିତ ଏହି ମେଳା ସାରା ବିଶ୍ୱକୁ ଆଧ୍ୟାତ୍ମିକ ବାର୍ତ୍ତା ଦେବ।
କିମ୍ବଦନ୍ତୀ ଅନୁସାରେ, କଳିଙ୍ଗ ସମ୍ରାଟ ମହାମେଘନାଦ ଐର ଖାରବେଳଙ୍କ ସମୟରୁ ଜୈନ ସନ୍ଥମାନେ ଏଠାକୁ ସାଧନା ପାଇଁ ଆସୁଥିଲେ। ସେହିପରି ପାରଳାଖେମୁଣ୍ଡି ରାଜାଙ୍କ ପୁତ୍ର ସନ୍ଥ ଅରକ୍ଷିତ ଦାସ ୧୭ବର୍ଷ ଧରି ଲାଞ୍ଛନା, ଯାତନା ଓ ନିର୍ଯାତନା ସହି ଏଠାରେ ସାଧନା କରିଥିଲେ। ଏହି ପରମ୍ପରା ମୁତାବକ ମା’ ବାରଭୁଜାଙ୍କ ସାଧନା ପୀଠରେ ସନ୍ଥମାନେ ନିଜ ନିଜ ଉପାୟରେ ଈଶ୍ୱରପ୍ରାପ୍ତି ପାଇଁ ସାଧନା କରିବେ। ବିଶ୍ୱଶାନ୍ତି ପାଇଁ ଦୀର୍ଘ ୯ଦିନ ଧରି ଏଠାରେ ଯଜ୍ଞ କରାଯିବ। ପ୍ରତିଦିନ ଅଖଣ୍ଡ ଧ୍ୱନି, ନାମ ଯଜ୍ଞ, ଗୀତାଜ୍ଞାନ ଯଜ୍ଞ ଆହୂତି, ନାମ ସଂକୀର୍ତ୍ତନ, ଆତ୍ମନାରାୟଣ ସେବା, ସାଧୁସନ୍ଥଙ୍କର ମହାମିଳନ ହେବ। ଉତ୍ତର ଭାରତରୁ ନାଗାନ୍ଦୀ, ବେଦାନ୍ତି, ରାମାନନ୍ଦୀ ଓ କୃଷ୍ଣାନ୍ଦୀ ଆଦି ସନ୍ଥମାନେ ଏଠାରେ ପହଞ୍ଚତ୍ସାରିଛନ୍ତି। ଭୋର୍‌ ୩ଟାରୁ ସାଧୁସନ୍ଥମାନେ ଅର୍କକ୍ଷେତ୍ର କୋଣାର୍କର ଚନ୍ଦ୍ରଭାଗାରେ ବୁଡ ପକାଇବା ପରେ ସୂର୍ଯ୍ୟ ଅଗ୍ନି ଧରି ଖଣ୍ଡଗିରି କୁମ୍ଭମେଳାସ୍ଥଳରେ ପହଞ୍ଚତ୍ ଧୁନି ସ୍ଥାପନ କରିବେ।
ଏହି ଉପଲକ୍ଷେ ଖଣ୍ଡଗିରିର ଅଧିଷ୍ଠାତ୍ରୀ ମା’ ବାରଭୁଜାଙ୍କ ପୂଜା ପାଇଁ ଅଖଣ୍ଡ ଦୀପ ଜଳାଇବା ଲାଗି ବ୍ୟବସ୍ଥା କରାଯିବା ସହ ହନୁମାନଙ୍କ ନିକଟରେ ରାମଚରିତ ମାନସ ଓ ହନୁମାନ ଚାଳିଶା ପଢାଯିବ। ୭ଦିନ ଧରି ଯଜ୍ଞ ସହ ଅନ୍ନପ୍ରସାଦ ସେବନ ପାଇଁ ବ୍ୟବସ୍ଥା କରାଯିବ। ଏହି ସ୍ଥାନରେ ରାଧାକୁଣ୍ଡ, ଶ୍ୟାମ କୁଣ୍ଡ ଓ ଲଳିତ କୁଣ୍ଡ ରହିଥିବାବେଳେ ରାଧାକୁଣ୍ଡରେ ସନ୍ଥମାନେ ସ୍ନାନ କରିବେ। ଲଳିତା କୁଣ୍ଡରେ ପ୍ରଭୁ ଅନନ୍ତ କେଶରୀଙ୍କ ଚାପଖେଳ ଅନୁଷ୍ଠିତ ହେବ। ଶନିବାର ସନ୍ଧ୍ୟାରେ ଜାଗମରା ଗ୍ରାମର ଆରାଧ୍ୟ ଦେବ ପ୍ରଭୁ ଅନନ୍ତ କେଶରୀ ଦେବଙ୍କ ଯାତ୍ରା ଅନୁଷ୍ଠିତ ହେବ। ସନ୍ଧ୍ୟାରେ ଦିଅଁ ସୁସଜ୍ଜିତ ବିମାନରେ ବିରାଜମାନ କରିବାପରେ ଗ୍ରାମ ପରିକ୍ରମା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri