ଆଜିଠାରୁ ଟ୍ବିନ୍‌ସିଟିରେ ମଲ୍‌ ବନ୍ଦ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ସମ୍ଭାବ୍ୟ କରୋନା ସଂକ୍ରମଣ ରୋକିବା ଦିଗରେ କମିଶନରେଟ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ରବିବାର କଟକ ଓ ଭୁବନେଶ୍ୱର ଟ୍ବିନ୍‌ସିଟି ରେ ଥିବା ମଲ୍‌ଗୁଡିକୁ ବନ୍ଦ ଘୋଷଣା କରାଯାଇଛି। ସିନେମା ହଲ୍‌, କ୍ଲବ୍‌ ଆଦି ବନ୍ଦ ହେବା ପରେ ଭୁବନେଶ୍ୱର ଓ କଟକରେ ଥିବା ବଡ଼ ବଡ଼ ମଲ୍‌ରେ ଲୋକଙ୍କ ଗହଳି ଦେଖିବାକୁ ମିଳୁଥିଲା। ଏହାକୁ ନେଇ ନାନା ଆଶଙ୍କା ପ୍ରକାଶ ପାଇବା ପରେ ଏବେ କମିଶନରେଟ ପୋଲିସ ପକ୍ଷରୁ କଟକଣା ଲଗାଯାଇଛି। ଅର୍ବାନ ପୋଲିସ ଆକ୍ଟ-୩୫ ଅନୁଯାୟୀ, ଜରୁରିକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ମଲ୍‌ଗୁଡିକୁ ସୋମବାରଠାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ବନ୍ଦ ଘୋଷଣା କରିଛନ୍ତି ।

Share