ଆଜିଠାରୁ ପୁଣି ବର୍ଷା : ୯ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୬ା୯(ବ୍ୟୁରୋ) : ସୋମବାର ରାଜ୍ୟର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଗତ ଦୁଇଦିନ ଧରି ପାଗ ଶୁଖିଲା ରହିବା ପରେ ସୋମବାରଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷାହେବ। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। କୋରାପୁଟ, ରାୟଗଡ଼ା, ଗଜପତି, ନୟାଗଡ଼, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଯାଜପୁର ଓ ମୟୂରଭଞ୍ଜ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯିବା ସହ ବଜ୍ରପାତଜନିତ ସତର୍କ ସୂଚନା ଦିଆଯାଇଛି। ଉତ୍ତରପ୍ରଦେଶରୁ ଆନ୍ଧ୍ରପ୍ରଦେଶ ମଧ୍ୟରେ ଏକ ବିସ୍ତୀର୍ଣ୍ଣ ଘୂର୍ଣ୍ଣିବଳୟ ରହିଥିବାବେଳେ ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଆସନ୍ତା ୧୯ ପର୍ଯ୍ୟନ୍ତ ରାଜ୍ୟରେ ବଜ୍ରପାତ ସତର୍କ ସୂଚନା ରହିଥିବାବେଳେ ବର୍ଷାର ପରିମାଣ କିନ୍ତୁ କମ୍‌ ରହିବ। ତେବେ ୧୯ ପରଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବା ସହିତ ଦୁଇଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ ଲୋକମାନଙ୍କୁ ସତର୍କ ରହିବା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କୁ ମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ: ଜଣେ ଆସିଷ୍ଟାଣ୍ଟ ପ୍ରଫେସର-୩ ସିନିୟର ରେସିଣ୍ଟେଣ୍ଟ ଚାକିରିରୁ ବହିଷ୍କୃତ; ଜଣଙ୍କୁ ୬ ମାସ ହଷ୍ଟେଲ ମନା

ବ୍ରହ୍ମପୁର,୨୯।୧୨(ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି( ଏମ୍‌କେସିଜି) ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ପିଜି ଡାକ୍ତରଙ୍କୁ କିଛି ବରିଷ୍ଠ ଡ଼ାକ୍ତର ମାଡ ମାରିବା ଏଂ...

ଧାନ କିଣାବିକାରେ ଚାଲିଛି ଫଲ୍ସ ଏଣ୍ଟ୍ରି, ଚାଷୀଙ୍କୁ ମିଳୁନି ବିକ୍ରିଧାନର ଉଚିତ ପ୍ରାପ୍ୟ

ବରଗଡ଼,୨9।୧୨(ପ୍ରେମାନନ୍ଦ ଖମାରୀ): ଆଉ ୩ଦିନ ପରେ ନବବର୍ଷ ପାଦ ଥାପିବ। ଜାନୁୟାରୀ ପହିଲାରୁ ହୀରାକୁଦ ଜଳଭଣ୍ଡାରରୁ କେନାଲକୁ ପାଣି ଛାଡ଼ିବ। ପାଣି ଆସିଲେ ଚାଷୀମାନେ ରବି...

ଆଦାୟ ଅନୁସାରେ ବିକାଶ ଶୂନ: ଦାରିଙ୍ଗବାଡ଼ି ପର୍ଯ୍ୟଟନକ୍ଷେତ୍ର ରାସ୍ତାର ନକ୍ସା ବଦଳାଉଛି ଲଘୁଚାପ ବର୍ଷା

ଦାରିଙ୍ଗବାଡି,୨୯ ।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳ ସୌନ୍ଦର୍ଯ୍ୟର ଗନ୍ତାଘର। ପର୍ଯ୍ୟଟନକ୍ଷେତ୍ର ରହିଥିବାରୁ ଦୈନିକ ଶହତଶହ ପର୍ଯ୍ୟଟକ ଦାରିଙ୍ଗବାଡିକୁ ବୁଲିବାକୁ ଆସୁଛନ୍ତି। ହେଲେ ଉକ୍ତ...

ଘରୁ ଗୋଡ଼ କାଢ଼ିଲେଣି ନବୀନ: ୪ ଜିଲାକୁ ଯାଇ…

ଭୁବନେଶ୍ୱର,୨୯।୧୨: ସୋମବାର ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୪ ଜିଲା ଗସ୍ତ କରିବେ । ସେ କ୍ଷତିଗ୍ରସ୍ତ ଚାଷ ଜମି...

କୋରାପୁଟ ଡକରିଘାଟି ବସ୍‌ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମୃତକଙ୍କ ପରିବାକୁ ମିଳିବ…

ଭୁବନେଶ୍ୱର,୨୯।୧୨: କୋରାପୁଟ ଡକରିଘାଟି ବସ୍‌ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୋକ ପ୍ରକାଶ କରିଛନ୍ତି। ଏହିଦୁର୍ଘଟଣାରେ ସେ ଗଭୀର ଦୁଃଖ ପ୍ରକାଶ କରି ମୃତକଙ୍କ...

ଗୁପ୍ତେଶ୍ୱର ଦର୍ଶନ ପାଇଁ ଯାଉଥିବା ବେଳେ ଘାଟିରେ ଓଲଟିଲା ଟୁରିଷ୍ଟ ବସ୍‌: ୩ ମୃତ,୨୦ ଆହତ 

କୋରାପୁଟ,୨୯।୧୨(ଅମିତାଭ ବେହେରା): କୋରାପୁଟ ଜିଲା ବୈପାରୀଗୁଡା ନିକଟ ସୁକୁନାଳ ନିକଟରେ ଏକ ପର୍ଯ୍ୟଟକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ରୁ...

ବଢ଼ିପାରେ ବ୍ଲକ୍‌ ସଂଖ୍ୟା: ମନ୍ତ୍ରୀ ପୂଜାରୀ

ଭୁବନେଶ୍ୱର,୨୯।୧୨ (ଅନିଲ ଦାସ): ରାଜ୍ୟରେ ନୂଆ ବ୍ଲକ ଗଠନ କରିବା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ଏଥିପାଇଁ ଆବଶ୍ୟକ ପଡ଼ିଲେ ସରକାର ଏକ କମିଶନ...

ରାଜ୍ୟରେ ଝିଅ ସଂଖ୍ୟା ହ୍ରାସ

ଓଡ଼ିଶାରେ ଗତ ୧ ଦଶନ୍ଧି ଧରି ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ଲଗାତର ହ୍ରାସ ପାଇବାରେ ଲାଗିଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌) ସମେତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri