ଆଜିଠାରୁ ବିଧାୟକ କଲୋନୀ ଭଙ୍ଗାହେବ

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ): ବିଧାୟକଙ୍କ ସରକାରୀ କ୍ୱାର୍ଟର୍ସ ବୁଧବାର ଠାରୁ ଭଙ୍ଗା ଆରମ୍ଭ ହେବ ବୋଲି ଜଣାପଡିଛି । ୨୪ ଜଣ ବିଧାୟକ କ୍ୱାଟର୍ସ ଛାଡି ସାରିଲେଣି। ୪୨ଟି କ୍ୱାଟର୍ସ ଭାଙ୍ଗି ୧୦ ମହଲା ବିଶିଷ୍ଟ ବହୁତଳ ଅଟ୍ଟାଳିକା ନିର୍ମାଣ କରାଯିବ। ଏ ନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ମଙ୍ଗଳବାର ବିଧାନସଭା ପରିସରର ନିଜ ପ୍ରକୋଷ୍ଠରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆପାର୍ଟମେଣ୍ଟ ନିର୍ମାଣ ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଥିଲେ। ଏହି ବୈଠକରେ ପୂର୍ତ୍ତ ବିଭାଗ ସଚିବ କ୍ରିଷନ କୁମାର ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ। ଏହି ନୂତନ ଆପାର୍ଟମେଣ୍ଟରେ ୧୪୦ ବିଧାୟକଙ୍କୁ ଘର ଯୋଗାଇ ଦିଆଯିବ। ଏଥିପାଇଁ ୪୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଘର ଖାଲି କରିବାକୁ ବାଚସ୍ପତି ପୂର୍ବରୁ ଉଭୟ ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ନୋଟିସ ଜାରି କରିଥିଲେ।

Share