Categories: ଜାତୀୟ

ଆଜିଠାରୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ଶ୍ରେଣୀ ଖାତାଦେଖା

ନୂଆଦିଲ୍ଲୀ,୧୦।୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଖାତାଦେଖା ରବିବାରଠାରୁ ଆରମ୍ଭ ହେଉଛି। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏଥିପାଇଁ ଦେଇଥିବା ପ୍ରସ୍ତାବକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅନୁମୋଦନ କରିଛି। କୋଭିଡ୍‌-୧୯ ଜନିତ ଲକ୍‌ଡାଉନ ଯୋଗୁ ଚଳିତ ବର୍ଷ କେତେକ ବିଷୟରେ ପରୀକ୍ଷା ଏପର୍ଯ୍ୟନ୍ତ ହୋଇପାରି ନ ଥିବାବେଳେ ଖାତାଦେଖା ବିଳମ୍ବିତ ହୋଇଛି। ଏଥର ଶିକ୍ଷୟିତ୍ରୀଶିକ୍ଷକମାନେ ସେମାନଙ୍କ ଘରେ ରହି ପରୀକ୍ଷା ଖାତା ମୂଲ୍ୟାୟନ କରିବେ। ଏଥିପାଇଁ ୩୦୦୦ ସ୍କୁଲ୍‌ରୁ ପରୀକ୍ଷା ଖାତାଗୁଡ଼ିକୁ ମୂଲ୍ୟାୟନ କରିବାକୁ ଥିବା ଶିକ୍ଷକମାନଙ୍କ ଘରକୁ ପଠାଯିବ। ମୂଲ୍ୟାୟନ ପ୍ରକ୍ରିୟା ୫୦ ଦିନରେ ଶେଷ ହେବ ବୋଲି ଆଶା କରାଯାଉଛି। ଚଳିତ ବର୍ଷ ଦଶମ ଶ୍ରେଣୀରେ ପାଖାପାଖି ୧୮ ଲକ୍ଷ ଓ ଦ୍ୱାଦଶ ଶ୍ରେଣୀରେ ୧୨ ଲକ୍ଷ ପିଲା ବୋର୍ଡ ପରୀକ୍ଷା ଦେଇଥିଲେ। ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖ୍‌ରିୟାଲ ନିଶଙ୍କଙ୍କ କହିବା ଅନୁଯାୟୀ ୩୦୦୦ ସ୍କୁଲରେ ଖାତାଦେଖା ପାଇଁ ଅନୁମତି ମିଳିଛି। ଉକ୍ତ ସ୍କୁଲ୍‌ରୁ ପରୀକ୍ଷାଖାତାକୁ ଶିକ୍ଷକମାନଙ୍କ ଘରକୁ ପଠାଯିବ।

Share