ଭୁବନେଶ୍ୱର, ୬ା୨(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)-୨୦୨୦ ପାଇଁ ଗୁରୁବାରଠାରୁ ଅନ୍ଲାଇନ୍ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଏହା ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ। ଏପ୍ରିଲ ୨୦ରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ। ଛାତ୍ରୀଛାତ୍ରମାନେ ojee.nic.in ଓ୍ବେବସାଇଟ୍ରୁ ଆଡମିଟ୍ କାର୍ଡ ଡାଉନ୍ଲୋଡ କରିପାରିବେ। ମେ’ ପ୍ରଥମ ସପ୍ତାହରେ ପରୀକ୍ଷା ହେବ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଏଥର ଅନ୍ଲାଇନ୍ରେ ଓଜେଇଇ ହେବ। ଚଳିତବର୍ଷ ଓଜେଇଇ କମ୍ପ୍ୟୁଟର ବେସ୍ଡ ଟେଷ୍ଟ ବା ସିବିଟି ମାଧ୍ୟମରେ ହେବ। ଗତବର୍ଷ କେବଳ ପିଜି କୋର୍ସରେ ସିବିଟି ପଦ୍ଧତି ଲାଗୁ ହୋଇଥିଲା। ଏଥର ଉଭୟ ପିଜି ଓ ୟୁଜି କୋର୍ସ ପାଇଁ ସିବିଟି ପଦ୍ଧତି ଲାଗୁ ହେବ।