Categories: ଜାତୀୟ

ଆଜିଠୁ କଶ୍ମୀରରେ ମୋବାଇଲ ଏସ୍‌ଏମ୍‌ଏସ୍‌ ସେବା

ଜମ୍ମୁ,୧ା୧: ମଙ୍ଗଳବାର ମଧ୍ୟରାତ୍ରରୁ ଜମ୍ମୁ-କଶ୍ମୀରରେ ମୋବାଇଲ ଏସ୍‌ଏମ୍‌ଏସ୍‌ ସେବା ସୁବିଧା ଉପଲବ୍ଧ ହୋଇଛି। ଏଥିସହ ସମସ୍ତ ସରକାରୀ ହସ୍ପିଟାଲରେ ବ୍ରୋଡବ୍ୟାଣ୍ଡ ଇଣ୍ଟରନେଟ ସେବାକୁ ପୁନଃ ଚାଲୁ କରାଯାଇଛି। ସାଢେ ୪ ମାସ ପରେ ସ୍ଥିତି ସ୍ବାଭାବିକ ଅବସ୍ଥାକୁ ଫେରିଥିବା କୁହାଯାଉଛି। ୩୭୦ ଉଚ୍ଛେଦ ପରେ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ ରହିଥିଲା। ଲୋକମାନଙ୍କୁ ପ୍ରିପେଡ୍‌ ମୋବାଇଲ ସେବା ଓ ଇଣ୍ଟରନେଟ ଖୁବଶୀଘ୍ର ଯୋଗାଇ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।

Share