Categories: ମେଟ୍ରୋ

ଆଜିଠୁ ‘କୃଷି ଓଡ଼ିଶା-୨୦୨୦’

ଭୁବନେଶ୍ୱର,୨୦।୧(ବ୍ୟୁରୋ): କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଆଜିଠାରୁ ଜନତା ମଇଦାନରେ ଆରମ୍ଭ ହେବ ରାଜ୍ୟସ୍ତରୀୟ କୃଷି ମହୋତ୍ସବ ‘କୃଷି ଓଡ଼ିଶା-୨୦୨୦’। ଦେଶ, ବିଦେଶରେ କୃଷି କ୍ଷେତ୍ରରେ ପ୍ରୟୋଗ ହେଉଥିବା ନୂତନ ଜ୍ଞାନକୌଶଳ ଓ କୃଷି ପ୍ରଣାଳୀ ସହିତ ରାଜ୍ୟର କୃଷକମାନଙ୍କୁ ପରିଚିତ କରାଇବା ଲକ୍ଷ୍ୟରେ ଆୟୋଜିତ ଏହି ମହୋତ୍ସବ ୫ ଦିନ ଧରି ଚାଲିବ। ଏହି ଅବସରରେ ପ୍ରତ୍ୟହ ପାଠଶାଳା ଓ ଆଲୋଚନାଚକ୍ର ଆୟୋଜିତ ହେବ। ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ପ୍ରାୟ ୧୧୨ କମ୍ପାନୀ ଏଥିରେ ଯୋଗଦେବେ। କୃଷିର ଗୁରୁତ୍ୱ ଏବଂ କୃଷକଙ୍କ ଅବଦାନକୁ ସ୍ବୀକୃତି ପ୍ରଦାନ ସହ କୃଷି କ୍ଷେତ୍ରରେ ନୂତନ ଜ୍ଞାନକୌଶଳର ପ୍ରଦର୍ଶନ ଲକ୍ଷ୍ୟରେ ଚଳିତ ବର୍ଷ ମହୋତ୍ସବରେ ୨୨୮ ଷ୍ଟଲ ନିର୍ମାଣ କରାଯାଇଛି।

Share