ଆଜିଠୁ ଖଡଗପୁର-କେନ୍ଦୁଝର ରୋଡରେ ନୂଆ ମେମୁ ଟ୍ରେନ

ଭୁବନେଶ୍ୱର, ୨୮-୮(ବ୍ୟୁରୋ)-ଖଡଗପୁର-ଯାଜପୁର କେନ୍ଦୁଝର ରୋଡରେ ଖଡଗପୁର ପାସେଞ୍ଜର ପରିବେର୍ତ୍ତ ନୂଆ ମେମୁ ଟ୍ରେନ ଗଡିବ। ଏନେଇ ମଙ୍ଗଳବାର ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି। ବୁଧବାରଠାରୁ ଏହି ଟ୍ରେନ ଚଳାଚଳ ଆରମ୍ଭ କରିବ। ଖଡଗପୁର-ଯାଜପୁର କେନ୍ଦୁଝର ରୋଡ-ଖଡଗପୁର ମେମୁ (୬୮୧୦୯-୬୮୧୧୦) ଟ୍ରେନ ପରିବର୍ତ୍ତିତ ସମୟ ସାରଣୀ ଅନୁସାରେ ଚଳାଚଳ କରିବ। ଏହି ମେମୁ ଟ୍ରେନ କେନ୍ଦୁଝର ରୋଡରୁ ସକାଳ ୫ଟା ୪୦ରେ ଛାଡି ଖଡଗପୁରରେ ପୂର୍ବାହ୍ନ ୧୦ଟା ୫୫ରେ ପହଞ୍ଚତ୍ବ। ଖଡଗପୁରଠାରୁ ଅପରାହ୍ନ ୪ଟା ୫୦ରେ ଛାଡି କେନ୍ଦୁଝର ରୋଡରେ ରାତି ୧୦ଟା ୧୫ରେ ପହଞ୍ଚତ୍ବ।