Categories: ବାଣିଜ୍ୟ

ଆଜିଠୁ ଟଙ୍କା ଟ୍ରାନ୍ସଫର ଛାଡ଼: ଆର୍‌ଟିଜିଏସ୍‌, ଏନ୍‌ଇଏଫ୍‌ଟି ଫି ଛାଡ

ନୂଆଦିଲ୍ଲୀ,୧-୭: ସୋମବାରଠାରୁ ଆର୍‌ଟିଜିଏସ୍‌ ଓ ଏନ୍‌ଇଏଫ୍‌ଟି ବ୍ୟବସ୍ଥା ମାଧ୍ୟମରେ ଫଣ୍ଡ୍‌ ଟ୍ରାନ୍ସଫର କରିବା ପାଇଁ ଆଉ ଫିସ୍‌ ଦେବାକୁ ପଡିବ ନାହିଁ। ରିଜର୍ଭ ବ୍ୟାଙ୍କର ଘୋଷଣା ଅନୁଯାୟୀ ଏହା ସମ୍ପୂର୍ଣ୍ଣ ମାଗଣା ହେବ। ଜୁଲାଇ ପହିଲାରୁ ଏ ସମ୍ପର୍କରେ ଗ୍ରାହକଙ୍କୁ ମାଗଣା ସେବା ଯୋଗାଇ ଦେବା ଲାଗି ଆର୍‌ବିଆଇ ପକ୍ଷରୁ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦିଆସରିଛି। ସୂଚନାଯୋଗ୍ୟ ଯେ, ରିୟଲ ଟାଇମ ଗ୍ରସ୍‌ ସେଟେଲମେଣ୍ଟ(ଆର୍‌ଟିଜିଏସ୍‌) ବ୍ୟବସ୍ଥାରେ ବଡ଼ ଧରଣର ପାଣ୍ଠି ପଠାଯାଇଥାଏ। ସେହିପରି ନ୍ୟାଶନାଲ ଇଲେକ୍ଟ୍ରୋନିକ ଫଣ୍ଡସ୍‌ ଟ୍ରାନ୍ସଫର(ଏନ୍‌ଇଏଫ୍‌ଟି) ବ୍ୟବସ୍ଥାରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫଣ୍ଡ୍‌ ଟ୍ରାନ୍ସଫର କରାଯାଇପାରିବ। ଦେଶର ସର୍ବବୃହତ ବ୍ୟାଙ୍କ ଏସ୍‌ବିଆଇ ଏନ୍‌ଇଏଫ୍‌ଟି ଜରିଆରେ ହେଉଥିବା ନେଣଦେଣ ପାଇ ୧ ଟଙ୍କାରୁ ୫ ଟଙ୍କା ଏବଂ ଆର୍‌ଟିଜିଏସ୍‌ ଜରିଆରେ ନେଣଦେଣ ପାଇଁ ୫ରୁ ୨୦ ଟଙ୍କା ଚାର୍ଜ ଅସୁଲ କରୁଛି। ଡିଜିଟାଲ କାରବାରକୁ ପ୍ରୋତ୍ସାହନ ଦେବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ପ୍ରୋସେସିଂ ଚାର୍ଜକୁ ପ୍ରତ୍ୟାହାର କରାଯାଇଛି।

Share