Categories: ଜାତୀୟ

ଆଜିଠୁ ଦେଶରେ ଲାଗୁହେଲା ଏହିସବୁ ନିୟମ, ହୋଇଯାନ୍ତୁ ସତର୍କ

ନୂଆଦିଲ୍ଲୀ, ୧।୧୦: ଅକ୍ଟୋବର ୧ ଅର୍ଥାତ୍‌ ଆଜିଠୁ ଦେଶର ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି।

  • ୨ ଅକ୍ଟୋବରରୁ ସାରା ଦେଶରେ ପ୍ଲାଷ୍ଟିକରୁ ପ୍ରସ୍ତୁତ ଜିନିଷ ବ୍ୟବହାର ଉପରେ କଟକଣା ଲଗାଯାଇଛି। ଦେଶରେ ବଢ଼ୁଥିବା ପ୍ରଦୂଷଣକୁ ଦେଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
  • ଅକ୍ଚୋବର ୧ରୁ ଯଦି ଜଣେ କର୍ମଚାରୀ ସରକାରୀ ଚାକିରି ୭ ବର୍ଷ କରିଛନ୍ତି, ତାପରେ ତାଙ୍କର ମୃତ୍ୟୁ ଘଟୁଛି ତାହେଲେ ତାହାଲେ ତାଙ୍କ ପରିବାର ଲୋକଙ୍କୁ ବର୍ଦ୍ଧିତ ପେନସନ ମିଳିବ।
  • ଆଜିଠୁ ବ୍ୟାଙ୍କ୍‌ ୧୦ଟାରୁ ୪ଟା ଖୋଲା ରହିବ।
  • ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ସେବା ଯୋଗାଉଥିବା ଏସବିଆଇ ତା’ର ଗ୍ରାହକଙ୍କୁ ସେଭିଙ୍ଗସ ଆକାଉଣ୍ଟ ଫି କମ କରିବାକୁ ଯାଉଛି। ଅକ୍ଚୋବର ୧ରୁ ଏହି ନୂଆ ନିୟମ ଲାଗୁ ହେବ। ଏହାଦ୍ୱାରା ୩୨ କୋଟି ଗ୍ରାହକ ଉପକୃତ ହେବେ। ସହରାଞ୍ଚଳ ଏବଂ ମେଟ୍ରୋ ଅଞ୍ଚଳରେ ଥିବା ବ୍ୟାଙ୍କ ଶାଖାଗୁଡ଼ିକରେ ସର୍ବନିମ୍ନ ୩ ହଜାର ଟଙ୍କା ରହିବ। ଯଦି ୩ ହଜାରରୁ କମ ଟଙ୍କା ରହିବ ଅର୍ଥାତ୍‌ ୭୫ ପ୍ରତିଶତ ରହିବ ତାହେଲେ ୮୦ ଟଙ୍କା ଜରିିମାନା ସହିତ ଜିଏସଟି ଚାର୍ଜ ଦେବାକୁ ପଡ଼ିବ ବୋଲି ଏସବିଆଇ ନିୟମ କରିଛି।
  • ସେହିପରି ପେଟ୍ରୋଲ ପମ୍ପରେ ଏସବିଆଇ କ୍ରେଡିଟ୍‌ କାର୍ଡରେ ପେମେଣ୍ଟ କଲାବେଳେ ଯେଉଁ ୦.୭୫ କ୍ୟାସ୍‌ବ୍ୟାକ୍‌ ତାହାକୁ ଅକ୍ଟୋବର ୧ରୁ ବନ୍ଦ କରିଦେଇଛି ଏସବିଆଇ।
  • ଅକ୍ଟୋବର ୧ରୁ ରେଜିଷ୍ଟ୍ରେସନ ସାର୍ଟିଫିକେଟ (ଆରସି) ବାହାର କରିବା ବେଳେ ଡ୍ରାଇଭିଂ ଲାଇସେନ୍ସ ନମ୍ବର ବାଧ୍ୟତାମୂଳକ ହେବ।
  • ଅକ୍ଚୋବର ୧ରୁ ଅନେକ ଜିନିଷରେ ଜିଏସଟି ଦର ମଧ୍ୟ କମିଯିବ। ୧୦୦୦ ଟଙ୍କା ପର୍ଯ୍ୟନ୍ତ ଭଡ଼ା ଦେଉଥିବା ବ୍ୟକ୍ତିଙ୍କୁ ଜିଏସଟି ଦେବାକୁ ପଡ଼ିବ ନାହିଁ।
  • ଅକ୍ଟୋବର ୧ରୁ ଏନଇଏଫଟିରୁ ଅନଲାଇନ୍‌ ଫଣ୍ଡ୍‌ ଟ୍ରାନ୍ସଫର୍‌ ଉପରେ ୨ରୁ ୨୦ ଟଙ୍କା ପର୍ଯ୍ୟନ୍ତ କର ଲାଗିବ।
Share