Advertisement

ଆଜିଠୁ ପାନ, ଗୁଟ୍‌ଖା ଖାଇ ଶ୍ରୀମନ୍ଦିରକୁ ପ୍ରବେଶ ମନା: ଧରାପଡିଲେ ୫୦୦ ଟଙ୍କା ଜରିମାନା

ପୁରୀ ଅଫିସ୍‌, ୧।୮:ଏଣିକି ପାନ ଖାଇ କେହି ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ। ସେବାୟତ ହୁଅନ୍ତୁ ଅବା ଭକ୍ତ କେହି ବି ଧରାପଡ଼ିଲେ ସେମାନଙ୍କଠାରୁ ଜରିମାନା ଆଦାୟ ହେବ। ଅଗଷ୍ଟ ୧ ଅର୍ଥାତ୍‌ ଆଜିଠୁ ଏହି କଟକଣା କଡ଼ାକଡ଼ିି ଭାବେ ଲାଗୁ କରାଯିବ। ପାନ ଖାଇ ଯଦି କେହି ମନ୍ଦିରକୁ ପ୍ରବେଶ କରି ଧରାପଡ଼ିିବେ ତେବେ ସେମାନଙ୍କଠାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ, ଶ୍ରୀମନ୍ଦିରକୁ ସ୍ବଚ୍ଛ ଏବଂ ପରିଷ୍କାର ରଖିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହାକୁ ଦୃଷ୍ଟିରେ ରଖି ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି କୌଣସି ସେବକ, ଭକ୍ତ କିମ୍ବା ଶ୍ରୀମନ୍ଦିର କର୍ମଚାରୀ ପାନ, ଗୁଟ୍‌ଖା ଖାଇ ମନ୍ଦିର ଭିତରକୁ ପ୍ରବେଶ କରିବେ ନାହିଁ। ପ୍ରବେଶ ପଥରେ ମଧ୍ୟ ଯାଞ୍ଚ ହେବ। ଯଦି ପାନ, ଗୁଟଖା ଖାଇ କେହି ମନ୍ଦିର ଭିତରକୁ ପ୍ରବେଶ କରିଥିବାବେଳେ ଧରାପଡିବେ ତାଙ୍କଠାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ। ଏଥିପାଇଁ ଫଳକ ଲଗାଯାଇ ସମସ୍ତଙ୍କୁ ସଚେତନ କରାଯିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share