ଭୁବନେଶ୍ୱର, ୨୫।୫(ବ୍ୟୁରୋ): ରାଜ୍ୟରେ ବୁଧବାରଠାରୁ ତାପମାତ୍ରା କ୍ରମଶଃ ବଢ଼ିବ। ଦିନବେଳା ତାପମାତ୍ରା ୨ରୁ ୩ଡିଗ୍ରୀ ବଢ଼ିିବ । ସୋମବାର ରାତିରେ ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହୋଇଛି । ଢେଙ୍କାନାଳରେ ସର୍ବାଧିକ ୬୭.୬ ମିଲିମିଟର ବର୍ଷା ରେକର୍ଡ ହୋଇ ଥିବା ବେଳେ ତାଳଚେରରେ ୪୨ମିମି ବର୍ଷା ହୋଇଛି । ପବନ ଓ ଘଡ଼ଘଡ଼ି ସହ ରାତିତମାମ ନିର୍ଧୁମ ବର୍ଷିଛି ।
ମଙ୍ଗଳବାର ଦିନବେଳା ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାଗ ଥଣ୍ଡା ଥିଲା । କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଥିବାରୁ ବିଶେଷ ଗରମ ଅନୁଭୂତ ହୋଇ ନ ଥିଲା । ବୌଦ୍ଧରେ ସର୍ବାଧିକ ୪୩ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ବଲାଙ୍ଗୀରରେ ୪୨.୨, ଟିଟିଲାଗଡ଼ରେ ୪୧.୬, ଭବାନୀପାଟଣାରେ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଏହି ୩ ଜିଲାକୁ ଛାଡି ରାଜ୍ୟର ପ୍ରାୟ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୩୮ ଓ ୩୭ ଡିଗ୍ରୀରୁ କମ ରହିଥିଲା ।