Categories: Video

ଆଜିଠୁ ବିମାନ ଟିକେଟ ବୁକିଂ ଆରମ୍ଭ

ଦୀର୍ଘ ଦୁଇ ମାସ ପରେ ଆସନ୍ତା ୨୫ରୁ ଦେଶରେ ପୁଣି ଉଡିବ ଯାତ୍ରୀବାହି ବିମାନ । ଏଥିପାଇଁ ଆଜି ଦିନ ୧୨ଟା ୩୦ମିନିଟରୁ ବିମାନ ଟିକେଟ ବୁକିଂ ଆରମ୍ଭ ହୋଇଛି । ଆଜିଠୁ ଟିକେଟ ବୁକିଂ ଆରମ୍ଭ କରାଯିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି । ଦେଶ ଭିତରେ ଯେକୌଣସି ସ୍ଥାନକୁ ଯାତ୍ରା କରିବାକୁ ଚାହୁଁଥିବା ଯାତ୍ରୀ ମାନେ ଏୟାର ଇଣ୍ଡିଆ.ଇନ୍.ରେ ଟିକେଟ ବୁକିଂ କରିପାରିବେ ।