ଆଜିଠୁ ଭିତରକନିକାରେ ବଉଳା କୁମ୍ଭୀର ଗଣନା ଆରମ୍ଭ

ରାଜନଗର,୨୯।୧୨(ଡି.ଏନ୍‌.ଏ.): ସରୀସୃପଙ୍କ ନନ୍ଦନକାନନ କୁହାଯାଉଥିବା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ରବିବାରଠାରୁ ବଉଳା କୁମ୍ଭୀର ଗଣନା ଆରମ୍ଭ ହେଇଛି। ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ କେଉଁ ଅନାଦି କାଳରୁ ବସବାସ କରି ଆସୁଥିବା ବଉଳା କୁମ୍ଭୀରମାନଙ୍କ ଗଣନା ସହିତ ସେମାନଙ୍କ ଜୀବନଶୈଳୀ ଉପରେ ଅନୁଧ୍ୟାନ କରାଯିବ। ଏ ନେଇ ବିଶିଷ୍ଟ ବଉଳା କୁମ୍ଭୀର ବିଶାରଦ ଡ. ସୁଧାକର କରଙ୍କ ତତ୍ତ୍ୱାବଧାନରେ ୨୩ ଟିମ୍‌ ଏହି ଗଣନାରେ ସାମିଲ ହୋଇଥିବା ରାଜନଗର ଡିଏଫଓ ବିକାଶ ରଞ୍ଜନ ଦାସ ସୂଚନା ଦେଇଛନ୍ତି। ଏହା ଛଡ଼ା ଜାତୀୟ ଉଦ୍ୟାନରେ ଥିବା ଆବଦ୍ଧ ପୁଷ୍କରିଣୀରେ ନିଃସଙ୍ଗ ଜୀବନ କାଟୁଥିବା ନିରିମାଖି ଶଙ୍ଖୁଆ ଧଳା କୁମ୍ଭୀର ଗୌରୀକୁ ନଦୀରେ ବସବାସ କରିବାକୁ ସୁଯୋଗ ଦିଆଯିବ କି ନାହିଁ ସେ ସମ୍ପର୍କରେ ଗବେଷଣା କରାଯିବା କାର୍ଯ୍ୟକ୍ରମ ରହିଛି।

Share