ଆଜିଠୁ ଭୁବନେଶ୍ୱର ନୟାଗଡ଼ ସେବା ଏକ୍ସପ୍ରେସ

ଭୁବନେଶ୍ୱର, ୧୫ା୧୦(ବ୍ୟୁରୋ): ବହୁ ପ୍ରତୀକ୍ଷିତ ଭୁବନେଶ୍ୱର-ନୟାଗଡ଼ ସେବା ଏକ୍ସପ୍ରେସ ମଙ୍ଗଳବାର ଆରମ୍ଭ ହେବାକୁ ଯାଉଛି। ରେଳମନ୍ତ୍ରୀ ପୀୟୂଷ ଗୋୟଲ ଅପରାହ୍ନ ୧ଟା ୩୦ରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହାକୁ ଉଦ୍‌ଘାଟନ କରିବେ। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବେ। ଅନ୍ୟପକ୍ଷରେ ଭୁବନେଶ୍ୱର ରେଳ ଷ୍ଟେଶନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଉଚ୍ଚ ଶିକ୍ଷା ଓ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପୁରୀ ଏମ୍‌ପି ପିନାକୀ ମିଶ୍ର, ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି।

Share