ଆଜିଠୁ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ୱର, ୩ା୩(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହେବ। ପ୍ରଥମ ଦିନ ବିଜ୍ଞାନ ବିଭାଗର ମାତୃଭାଷା ଓଡ଼ିଆ ପରୀକ୍ଷା ରହିଛି। ତେବେ ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ଟାରେ ଶେଷ ହେବ। ପରୀକ୍ଷାର୍ଥୀମାନେ ସକାଳ ୯ଟା ୪୫ ସୁଦ୍ଧା ନିଜ ସିଟ୍‌ରେ ବସିବା ପାଇଁ ପରିଷଦ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଚଳିତବର୍ଷ ୧୧୪୩ କେନ୍ଦ୍ରରେ ପରୀକ୍ଷା ହେବ। କଳା, ବିଜ୍ଞାନ ଓ ବାଣିଜ୍ୟରେ ମୋଟ ୩ ଲକ୍ଷ ୫୦ ହଜାର ୮ଶହ ପରୀକ୍ଷାର୍ଥୀ ରହିଥିବାବେଳେ ବିଜ୍ଞାନରେ ୯୭ ହଜାର ୫୪୬ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ଆସନ୍ତା ୨୮ତାରିଖରେ ଯୁକ୍ତ୨ ପରୀକ୍ଷା ସରିବ।

Share