ଆଜିଠୁ ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ୍‌ ରାସ୍ତା ପାର୍ଶ୍ୱରେ ବସିବେ ୩୫ ବ୍ୟବସାୟୀ

ଭୁବନେଶ୍ୱର,୯ା୪(ବ୍ୟୁରୋ): ଗୁରୁବାରଠାରୁ ରାଜ ମହଲଠାରୁ ମାଷ୍ଟରକ୍ୟାଣ୍ଟିନ୍‌ ରାସ୍ତା ପାର୍ଶ୍ୱରେ ୩୫ ବ୍ୟବସାୟୀଙ୍କୁ ବ୍ୟବସାୟ କରିବାକୁ ଅନୁମତି ମିଳିଛି। ଏଥିମଧ୍ୟରେ ୨୨ ପରିବା ଦୋକାନ, ୯ ଗ୍ରସେରି ଦୋକାନ ଏବଂ ୨ଟି ଲେଖାଏ ଫଳ ଓ କ୍ଷୀର ଦୋକାନ ରହିବ ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ବୁଧବାର ସୂଚନା ଦେଇଛି। ଆଡିଶନାଲ କମିଶନର ସୁରଥଚନ୍ଦ୍ର ମଲ୍ଲିକ୍‌ଙ୍କ ତତ୍ତ୍ୱାବଧାନତାରେ ଡେପୁଟି କମିଶନର ଅଶୋକ ମହାନ୍ତି ଓ ଦକ୍ଷିଣ ପୂର୍ବ ଜୋନର ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ଏହାର ତଦାରଖ କରିବେ। ଇତିମଧ୍ୟରେ ବ୍ୟବସାୟୀଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନ ଆବଣ୍ଟନ କରଯାଇଛି। ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବିଏମ୍‌ସି ଏହି ପଦକ୍ଷେପ ନେଇଥିବା ଆଡିଶନାଲ କମିଶନର ମଲ୍ଲିକ କହିଛନ୍ତି।

Share