Advertisement

ଆଜିଠୁ ସ୍ବାଭାବିକ ହେବ ପାର୍କ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ବାତ୍ୟା ‘ଫନୀ’ ଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ଭୁବନେଶ୍ୱରର ପାର୍କଗୁଡ଼ିକ ସ୍ବାଭାବିକ ହେବ। ବିଡିଏ ଦ୍ୱାରା ରକ୍ଷଣାବେକ୍ଷଣା କରାଯାଉଥିବା ପାର୍କଗୁଡ଼ିକ ବୁଧବାରଠାରୁ ସକାଳେ ଏବଂ ସନ୍ଧ୍ୟାରେ ଜନସାଧାରଣଙ୍କ ଲାଗି ଖୋଲା ରହିବ। ପୂର୍ବରୁ ବିଡିଏ ଦ୍ୱାରା ପରିଚାଳିତ ମୁଖ୍ୟ ପାର୍କଗୁଡ଼ିକ ସର୍ବସାଧାରଣଙ୍କ ଲାଗି ସକାଳେ ଏବଂ ସନ୍ଧ୍ୟାରେ ଖୋଲିଥିବା ବେଳେ ଏବେ ଛୋଟ ପାର୍କଗୁଡ଼ିକ ବୁଧବାରଠାରୁ ଖୋଲା ରହିବ ବୋଲି ଜଣାପଡ଼ିଛି। ବିଡିଏର ଉଦ୍ୟାନକୃଷିବିଦ୍‌ ଅଶୋକାନନ୍ଦ ଧିର କହିଛନ୍ତି, ପାର୍କର ଚାଲିବା ଟ୍ରାକଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ପୂର୍ବରୁ ସରିଥିବାରୁ ଚଲାବୁଲା ଲାଗି ପାର୍କକୁ ଖୋଲାଯାଇଥିଲା। କିନ୍ତୁ ଅନ୍ୟ କାର୍ଯ୍ୟ ସରିପାରି ନ ଥିଲା। ହେଲେ ଏବେ ପାଖାପାଖି ସମସ୍ତ ପୁନରୁଦ୍ଧାର କାର୍ଯ୍ୟ ସରିଯାଇଛି। ୧୦ ମୁଖ୍ୟ ପାର୍କକୁ ଛାଡ଼ି ୫୦ ଛୋଟ ପାର୍କର ମଧ୍ୟ ଦାୟିତ୍ୱ ବିଡିଏ ନେଇଛି। ସେଥିମଧ୍ୟରୁ ୨୫ ପାର୍କ ଏବେ ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇଥିବା ବେଳେ ଆଉ ୨୫ଟିରେ କାମ ସରିଆସିଛି। ଏଥିରେ ୨୦୦ରୁ ଅଧିକ କର୍ମଚାରୀଙ୍କ ସହ ଯାନବାହାନ କାର୍ଯ୍ୟରତ ରହିଛି। ଖୁବ୍‌ଶୀଘ୍ର ପୂର୍ବପରି ଲୋକେ ପାର୍କରେ ସମୟ କାଟିବାକୁ ଆସିବେ ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel