Categories: ଖେଳ

ଆଜିବି କ୍ରିକେଟରୁ ଅବସର ମିଳିରେ ପିତାଙ୍କ ସହ ବିଲରେ କାମ କରନ୍ତି ଏହି ପ୍ରସିଦ୍ଧ କ୍ରିକେଟର

ଭାରତୀୟ ଦ୍ରୁତ ବୋଲର୍‌ ଉମେଶ ଯାଦବଙ୍କ ଆଜି ୩୨ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୭, ଅକ୍ଟୋବର ୨୫ରେ ଉତ୍ତର ପ୍ରଦେଶର ଦେଓରିଆରେ ଏକ ଗରିବ ଘରେ ଜନ୍ମଗ୍ରହଣ କରିଥିଲେ ଉମେଶ। ତାଙ୍କ ପିତା ନାଗପୁର ନିକଟ ଖାପରଖେଡା ଅଞ୍ଚଳରେ ଥିବା ଓ୍ବେଷ୍ଟର୍ଣ୍ଣ କୋଲ ଲିମିଟେଡ୍‌ର କୋଇଲା ଖଣିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଉମେଶଙ୍କ ପିଲାଦିନ ଏହିଠାରେ ହିଁ କଟିଥିଲା। ପିତାଙ୍କ ଲକ୍ଷ୍ୟ ଥିଲା ଦୁଇ ଝିଅ ଏବଂ ଦୁଇ ପୁଅ ମଧ୍ୟରୁ ଜଣେ କେହି କଲେଜ ମାଟି ମାଡୁ। କିନ୍ତୁ ଏହା ହୋଇପାରି ନ ଥିଲା। ପିଲାଦିନେ ଉମେଶଙ୍କୁ ବହୁ ସଂଘର୍ଷ କରିବାକୁ ପଡିଥିଲା। ଶ୍ରମିକ ଭାବେ ପିତାଙ୍କୁ ଖଟୁଥିବାର ଦେଖି ପୋଲିସ କିମ୍ବା ସେନାରେ ଭର୍ତ୍ତି ହେବାକୁ ଚାହୁଁଥିଲେ ଉମେଶ। କିନ୍ତୁ ସାଙ୍ଗଙ୍କ ସହ କ୍ରିକେଟ ଖେଳୁ ଖେଳୁ ଏଥିରେ କ୍ୟାରିୟର ଗଢିବା ପାଇଁ ଚିନ୍ତା କଲେ। ମାତ୍ର ୨୦ ବର୍ଷ ବୟସରେ ସେ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ସେ ବିଦର୍ଭ ପାଇଁ ରଣଜୀ ଖେଳିବା ଆରମ୍ଭ କରିଥିଲେ। ୨୦୦୮ରେ ତାଙ୍କୁ ଆଇପିଏଲରେ ଦିଲ୍ଲୀ ଡେୟାର ଡେଭିଲ୍ସ ୧୮ ଲକ୍ଷ ଟଙ୍କାରେ କିଣିଥିଲା। ୨୦୧୦ରେ ସେ ଏକଦିବସୀୟ ଏବଂ ୨୦୧୧ରେ ଟେଷ୍ଟରେ ଡେବ୍ୟୁ କରିଥିଲେ। ଆଜିବି କ୍ରିକେଟରୁ ଅବସର ମିଳିରେ ପିତାଙ୍କ ସହ ବିଲରେ କାମ କରନ୍ତି ଉମେଶ। ଏବେ ସେ ଭାରତୀୟ ଦଳର ପ୍ରମୁଖ ଖେଳାଳି।

Share