ଆଜିର ଅର୍ଥନୀତି/ ପ୍ରୋତ୍ସାହନ ଲୋଡ଼ା

ଅର୍ଥନୀତି ଉପରେ କରୋନା ଭୂତାଣୁର ପ୍ରଭାବକୁ ରୋକିବା ପାଇଁ ଜରୁରିକାଳୀନ ପଦକ୍ଷେପ ସ୍ବରୂପ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ (ୟୁଏସ୍‌ ଫେଡେରାଲ ରିଜର୍ଭ) ମଙ୍ଗଳବାର ସୁଧହାର ୫୦ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ମାର୍ଚ୍ଚ ୧୭-୧୮ ତାରିଖରେ ଫେଡେରାଲ ବ୍ୟାଙ୍କର ପଲିସି ବୈଠକ ବସିବାକୁ ଥିବାବେଳେ ସେ ପର୍ଯ୍ୟନ୍ତ ଅପେକ୍ଷା ନ କରି ତା’ ପୂର୍ବରୁ ଏ ନିଷ୍ପତ୍ତି ଘୋଷଣା କରିବା ସାରା ବିଶ୍ୱରେ ମହାମାରୀର କୁପ୍ରଭାବର ଭୟାବହତା ଦୃଷ୍ଟିରୁ ଏହା କେତେ ଜରୁରୀ ବୋଲି ସେମାନେ ଅନୁଭବ କରୁଛନ୍ତି ତାହା ସୂଚାଉଛି। ଗତ ୧୧ ବର୍ଷ ଭିତରେ ପ୍ରଥମ ଥର ପାଇଁ ଫେଡେରାଲ ବ୍ୟାଙ୍କ ୫୦ ବେସିସ୍‌ ପଏଣ୍ଟ ସୁଧହାର ହ୍ରାସ କରିଛି। ଜି୭ ଦେଶଗୁଡ଼ିକର କେନ୍ଦ୍ରୀୟ ବ୍ୟାଙ୍କ ଆର୍ଥିକ ନିମ୍ନଗତିକୁ ରୋକିବା ଏବଂ ଦୃଢ଼ ଓ ଧାରଣୀୟ ଅଭିବୃଦ୍ଧି ହାସଲ କରିବା ପାଇଁ ସମସ୍ତ ପ୍ରକାର ପଲିସି ଅସ୍ତ୍ର ବ୍ୟବହାର କରିବାକୁ ଘୋଷଣା କରିବା ପରେ ପରେ ଆମେରିକା ଫେଡେରାଲ ବ୍ୟାଙ୍କ ଏହି ନିଷ୍ପତ୍ତି ନେଇଛି। ଅଷ୍ଟ୍ରେଲିଆ ଓ ମାଲେସିଆର କେନ୍ଦ୍ରୀୟ ବ୍ୟାଙ୍କ ଅନୁରୂପ ଭାବେ ସୁଧହାର ହ୍ରାସ କରିଥିବା ବେଳେ ବ୍ୟାଙ୍କ ଅଫ୍‌ ଜାପାନ ବିତ୍ତ ବଜାରଗୁଡ଼ିକରେ ସ୍ଥିରତା ଆଣିବା ପାଇଁ ନଗଦ ଅର୍ଥ ଯୋଗାଣ ଲାଗି ପଦକ୍ଷେପ ନେଇଛି।
ଏହା ପୂର୍ବରୁ ଅର୍ଥନୈତିକ ସହଯୋଗ ଓ ବିକାଶ ସଂଗଠନ (ଓଇସିଡି) ଚେତାବନୀ ଦେଇଥିଲା ଯେ କରୋନା ଭୂତାଣୁର ବିଶ୍ୱବ୍ୟାପୀ ଅର୍ଥନୀତି ଉପରେ କୁପ୍ରଭାବ ପଡ଼ିବ। ଓଇସିଡି ବିଶ୍ୱ ଜିଡିପିରେ ଅଭିବୃଦ୍ଧି ୨.୯ ପ୍ରତିଶତ ରହିବ ବୋଲି ପୂର୍ବରୁ ପୂର୍ବାନୁମାନ କରିଥିବା ବେଳେ ଏବେ ତାହା ୧.୫ ପ୍ରତିଶତକୁ ଅର୍ଥାତ୍‌ ପ୍ରାୟ ଅଧାକୁ ଖସିଯିବ ବୋଲି ପୂର୍ବାନୁମାନ କରିଛି। ପ୍ରାୟ ଏକ ଦଶନ୍ଧି ତଳୁ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥାରୁ ବିଶ୍ୱ ଏ ଯାବତ୍‌ ମୁକୁଳିବାକୁ ସଂଘର୍ଷ କରୁଥିବା ବେଳେ ବର୍ତ୍ତମାନ ଆଉ ଏକ ଗୁରୁତର ସଂକଟ ଦେଖାଦେଇଛି ବୋଲି ଏହା ଭବିଷ୍ୟବାଣୀ କରିଛି। ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ମଧ୍ୟ ଆକଳନ କରିଛି ଯେ, ବିଶ୍ୱ ଅର୍ଥନୀତି ଉପରେ ଉକ୍ତ ସଂକ୍ରାମକ ରୋଗର ଉଲ୍ଲେଖନୀୟ ପ୍ରଭାବ ରହିବ। ସାରା ବିଶ୍ୱରେ ଭୂତାଣୁ ସଂକ୍ରମିତ ହେବାକୁ ଲାଗିଥିବାରୁ ୨୦୨୦ରେ ଏହା ବିଶ୍ୱ ଅଭିବୃଦ୍ଧିକୁ ଗୁରୁତର ଭାବେ ପ୍ରଭାବିତ କରିବାର ସମ୍ଭାବନା ଦେଖାଦେଇଛି। ସାରା ବିଶ୍ୱରେ ଆର୍ଥିକ ବଜାରଗୁଡ଼ିକରେ ଏହା ଭୀଷଣ ଅବନତି ଘଟାଇବ, ଯାହା ୨୦ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ ବୋଲି ଅର୍ଥ ବିଶ୍ଳେଷକମାନେ ପୂର୍ବାନୁମାନ କରିଛନ୍ତି। ଗତ ଜାନୁୟାରୀ ମାସରେ ଆରମ୍ଭ ହୋଇଥିବା ଏହି ସଂକ୍ରାମକ ରୋଗରେ ଏପର୍ଯ୍ୟନ୍ତ ପ୍ରାୟ ୮୫,୦୦୦ ଲୋକ ସଂକ୍ରମିତ ହୋଇସାରିଲେଣି। ଭାରତରେ ଏପର୍ଯ୍ୟନ୍ତ ପ୍ରାୟ ୩୦ ଜଣ ଏ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଶତାଧିକ ସନ୍ଦେହ ବଳୟରେ ଅଛନ୍ତି।
ସାରା ବିଶ୍ୱରେ ଷ୍ଟକ୍‌ ମାର୍କେଟଗୁଡ଼ିକ ପ୍ରାୟ ୧୦ ପ୍ରତିଶତରୁ ଅଧିକ ତଳକୁ ଖସିଥିବା ବେଳେ ୨୦୧୮ରେ ବିଶ୍ୱ ଆର୍ଥିକ ସଂକଟ ଦେଖାଦେବା ପରଠାରୁ ଗତ ସପ୍ତାହଟି ଥିଲା ସବୁଠୁ ଖରାପ ସମୟ। ଷ୍ଟକ୍‌ ମାର୍କେଟ ଭୁଶୁଡ଼ିପଡ଼ିବା ଯୋଗୁ କେବଳ ଫେବୃୟାରୀ ଶେଷ ସପ୍ତାହରେ ଭାରତରେ ନିବେଶକମାନେ ପ୍ରାୟ ୧୧.୫ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ବୁଧବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ସୂଚନା ଦେଇଛି ଯେ, କରୋନା ଭୂତାଣୁ ଜନିତ ପ୍ରଭାବକୁ ମୁକାବିଲା କରିବା ପାଇଁ ଏହା ପ୍ରସ୍ତୁତ ହେଉଛି। ଏହା ପରିସ୍ଥିତିକୁ ଆକଳନ କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ପ୍ରସ୍ତୁତ ଅଛି ବୋଲି ପ୍ରକାଶ କରିଛି। ଏହି ପରିପ୍ରେକ୍ଷୀରେ ଆର୍‌ବିଆଇ ଆମେରିକା କେନ୍ଦ୍ରୀୟ ବ୍ୟାଙ୍କର ପଦାଙ୍କ ଅନୁସରଣ କରି ସୁଧହାର କମାଇବାକୁ ଘୋଷଣା କରିପାରେ। ଏଥିପାଇଁ ବ୍ୟାଙ୍କ ଆସନ୍ତା ଏପ୍ରିଲରେ ହେବାକୁ ଥିବା ଆର୍ଥିକ ସମୀକ୍ଷା ବୈଠକ ପର୍ଯ୍ୟନ୍ତ ଅପେକ୍ଷା ନ କରି ତତ୍କାଳ ଏ ବାବଦରେ ଘୋଷଣା କରିବା ଆବଶ୍ୟକ। ବର୍ତ୍ତମାନ ଆମ ଦେଶର ଅର୍ଥନୀତି ଏକ ଅସ୍ବାଭାବିକ ସଂକଟ ଦେଇ ଗତି କରୁଛି, ତେଣୁ ୨୫ ବେସିସ୍‌ ପଏଣ୍ଟ ହ୍ରାସ ଯଥେଷ୍ଟ ନ ହୋଇପାରେ। ଆମେ ଆଶା କରୁଛୁ ଆମେରିକା ଫେଡେରାଲ ବ୍ୟାଙ୍କ ପରି ଏହା ରେପୋ ରେଟ୍‌ରେ ୫୦ ବେସିସ୍‌ ପଏଣ୍ଟ ହ୍ରାସ କରିବ। ଆର୍‌ବିଆଇ ଦ୍ୱିତୀୟ ପର୍ଯ୍ୟାୟ ଦୀର୍ଘ ମିଆଦୀ ରେପୋ ଅପରେଶନ (ଏଲ୍‌ଟିଆର୍‌ଓ) ମାଧ୍ୟମରେ ଆର୍ଥିକ ବ୍ୟବସ୍ଥା ଭିତରେ ନଗଦ ପୁଞ୍ଜି ଅନୁପ୍ରବେଶ କରାଇବା ଆବଶ୍ୟକ। ଏହାଦ୍ୱାରା ବ୍ୟାଙ୍କଗୁଡ଼ିକ ବର୍ତ୍ତମାନର ସୁଧହାର ତୁଳନାରେ ଯଥେଷ୍ଟ କମ୍‌ ୫.୧୫ ରେପୋ ହାରରେ ଆର୍‌ବିଆଇରୁ ଅର୍ଥ ପାଇପାରିବେ। ତା’ ଫଳରେ ସେମାନେ ଏହି ଶସ୍ତା ସୁଧହାରରେ ପାଇଥିବା ଅର୍ଥକୁ ଖାଉଟିମାନଙ୍କୁ ଶସ୍ତା ଋଣ ଆକାରରେ ଦେଇ ବଜାର ଚାହିଦା ବଢ଼ାଇବାରେ ସାହାଯ୍ୟ କରିପାରିବେ। ନିରାପଦ ଆଭିମୁଖ୍ୟ ପୋଷଣ କରୁଥିବା ନିବେଶକମାନେ ତାଙ୍କ ଅର୍ଥକୁ ଏକ ନିରାପଦ ଠିକଣାରେ ରଖିବାକୁ ଚାହିଁବାର ସମ୍ଭାବନା ରହିଛି। ଏ ପରିପ୍ରେକ୍ଷୀରେ ଶିଳ୍ପ ଓ ଖାଉଟିମାନଙ୍କର ସ୍ବାର୍ଥରକ୍ଷା ଲାଗି ସରକାର କିଛି ପଲିସିଗତ ପଦକ୍ଷେପ ନେବା ଦରକାର। ଏବେ ଅର୍ଥନୀତିକୁ ପ୍ରୋତ୍ସାହନ ଦେଇ ଆଗକୁ ନେବାର ଆବଶ୍ୟକତା ଅଛି। ଋଣ ନେଇଥିବା କମ୍ପାନୀଗୁଡ଼ିକୁ ସେମାନଙ୍କ ଦରକାର ମୁତାବକ ଅଧିକ ଋଣ ଦେବା ଲାଗି ସରକାର ବ୍ୟାଙ୍କଗୁଡ଼ିକୁ କହିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାର ପ୍ରତିରୋଧ

ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଅନୁଯାୟୀ ସାରା ବିଶ୍ୱର ବାଣିଜ୍ୟ ମନ୍ତ୍ରଣାଳୟଗୁଡ଼ିକ ଆମେରିକାକୁ ସେମାନଙ୍କ ମାମଲା ସମ୍ପର୍କରେ ବିଚାର ପାଇଁ ନିବେଦନ କରିବାକୁ ଲାଇନ ଲଗାଉଛନ୍ତି। ଆମେ ସେମାନଙ୍କ...

ଏଇ ଭାରତରେ

କେରଳର ଆର୍‌. ବିଶ୍ୱନ ମହୁ ଚାଷକରି ବର୍ଷକୁ ୨୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ତାଙ୍କ ଫାର୍ମରେ ଏବେ ୬,୦୦୦ ମହୁ ବାକ୍ସ ଅଛି ଓ...

ଓଡ଼ିଶାର ବିକାଶ ଓ ଶ୍ରୀଜଗନ୍ନାଥ

ଗୋଟିଏ ରାଜ୍ୟର ବିକାଶ ବିବିଧ ଉତ୍ସ ଦ୍ୱାରା ହୋଇଥାଏ। ତନ୍ମଧ୍ୟରେ ପର୍ଯ୍ୟଟନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଓଡ଼ିଶା କଳା, ସଂସ୍କୃତି, ପ୍ରାକୃତିକ ପରିବେଶ ତଥା ଧାର୍ମିକ...

ମୁକ୍ତ ଅଭିବ୍ୟକ୍ତି ପାଇଁ ନ୍ୟାୟପାଳିକା

ଛୋଟମୋଟ ଘଟଣାରେ ନାଗରିକର ବାକ୍‌ ସ୍ବାଧୀନତା ଦଳି ଦିଆଯାଇପାରିବ ନାହିଁ ବୋଲି ନିକଟରେ ଗୁଜରାଟ କଂଗ୍ରେସ ସାଂସଦ ଇମ୍ରାନ ପ୍ରତାପଗ୍ରହୀଙ୍କ ବିରୋଧରେ ପୋଲିସ ଦାୟର କରିଥିବା...

Dillip Cherian

ଟାରିଫ୍‌ ଝଡ଼

ଟାରିଫ୍‌ ଝଡ଼କୁ ନିୟନ୍ତ୍ରଣକରିବା ପାଇଁ ବାବୁମାନେ ନିଆରା ତରିକା ଆପଣାଇଛନ୍ତି ଏବଂ ନିକଟରେ ବିଜ୍ଞାନ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଏହାର ଏକ ସ୍ପଷ୍ଟ ଦୃଷ୍ଟାନ୍ତ। ଟ୍ରମ୍ପ୍‌...

ଏଇ ଭାରତରେ

ମହାରାଷ୍ଟ୍ରର ଏଭଳି ଅନେକ ଆଦିବାସୀବହୁଳ ଗାଁଗୁଡ଼ିକରେ ସୌରଶକ୍ତି ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି କେମିକାଲ ଇଞ୍ଜିନିୟର ତନବୀର ଇନାମଦାର। କେବଳ ଏତିକି ନୁହେଁ, ସେ ପାହାଡ଼ ଉପରେ...

ବଞ୍ଚିବାକୁ ଦିଅ

ହାଇଦ୍ରାବାଦର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନିକଟରେ ଏକ ଆଇଟି ପାର୍କ ନିର୍ମାଣ ପାଇଁ ୪ ଶହ ଏକର ଜଙ୍ଗଲକୁ ବୁଲ୍‌ଡୋଜର ଲଗେଇ ରାତାରାତି ସଫା କରିବାର ଅମାନବୀୟ...

ଆୟୁଷ୍ମାନ୍‌ ସ୍ବପ୍ନ ଏବେ ସାକାର

କଥା ଦେଇଥିଲୁ। କଥା ରଖିଲୁ। ସାରା ରାଜ୍ୟବାସୀ ଆଜି ଖୁସି। ବିଶେଷ ଭାବରେ କାମଧନ୍ଦା ଅନ୍ବେଷଣରେ ପେଟପାଟଣା ପାଇଁ ବିଭିନ୍ନ ରାଜ୍ୟରେ ପ୍ରବାସୀ ଶ୍ରମିକ ଭାବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image