Categories: ଖେଳ

ଆଜିର ଦିନରେ ଦ୍ୱିଶତକ କରିଥିଲେ ସେହ୍ବାଗ

ମୁମ୍ବାଇ,୮।୧୨- ଆଜିର ଦିନରେ ଅର୍ଥାତ ୨୦୧୧ ବର୍ଷ ଡିସେମ୍ବର ୮ ତାରିଖରେ ପୂର୍ବତନ ବିସ୍ଫୋରକ ଓପନର ବୀରେନ୍ଦ୍ର ସେହ୍ବାଗ ବିଶ୍ୱର ଦ୍ୱିତୀୟ କ୍ରିକେଟର ଭାବେ ଦିନିକିଆରେ ଦ୍ୱିଶତକ ହାସଲ କରିଥିଲେ। ଇନ୍ଦୋରସ୍ଥିତ ହୋଲକର କ୍ରିକେଟ ଷ୍ଟାଡିୟମରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଅନୁଷ୍ଠିତ ମ୍ୟାଚ୍‌ରେ ସେହ୍ବାଗ ୨୧୯ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। ତାଙ୍କ ଇନିଂସରେ ୨୫ ଚୌକା ଓ ୭ ଛକା ସାମିଲ ଥିଲା। ଏଥିଯୋଗୁ ଟିମ୍‌ ଇଣ୍ଡିଆ ଧାର୍ଯ୍ୟ ୫୦ ଓଭରରେ ୫ ଉଇକେଟ ହରାଇ ୪୧୮ ରନ୍‌ କରିଥିଲା। ଆଉ ମ୍ୟାଚ୍‌କୁ ୧୫୩ ରନ୍‌ରେ ଜିତି ନେଇଥିଲା। ଏ ସମ୍ପର୍କରେ ଆଇସିସି ରବିବାର ଟୁଇଟ୍‌ କରି ସୂଚନା ଦେଇଛି। ଅନ୍ତର୍ଜାତୀୟ ସ୍ତରରେ ୨୫୧ ଓ ୧୦୪ ଟେଷ୍ଟ ଖେଳିଥିବା ସେହ୍ବାଗ ଯଥାକ୍ରମେ ୮,୨୭୩ ଓ ୮,୫୮୬ ରନ୍‌ କରିଥିଲେ।

Share