Categories: କନ୍ଧମାଳ

‘ଆଜିର ପିଢ଼ି ଆଗାମୀଙ୍କ ପାଇଁ ପ୍ରେରଣାର ଉତ୍ସ ହୁଅନ୍ତୁ’

ଫୁଲବାଣୀ ଅଫିସ, ୪ା୨-କଳା, ସଂସ୍କୃତି, ଐତିହ୍ୟର ପରମ୍ପରାକୁ ନେଇ ଆମ ରାଜ୍ୟ ସ୍ବତନ୍ତ୍ର ା ଉତ୍ସବ ସମସ୍ତଙ୍କୁ ଏକାଠି ବାନ୍ଧି ରଖେ ା ମନକୁ ଉଲ୍ଲସିତ କରେ ା ସମାଜରେ ପରିବର୍ତ୍ତନ ଆଣିବା ପାଇଁ ଯୁବ ସମାଜର ପ୍ରୟାସ ଲୋଡ଼ା ା ଯୁବ ସମାଜ ସବୁ ବେଳେ ରୋଲ ମଡେଲ ା ବିଗତ ଦିନରେ ଯାହା ବି ହୋଇଛି ବା ଯେଉଁମାନେ ଆମ ଆଦର୍ଶ, ସେମାନେ ଯୁବକ ଅବସ୍ଥାରୁ କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଥିଲେ। ଆମେ ଆଜି ସେମାନଙ୍କ ଆଦର୍ଶକୁ ନେଇ ଆଗଉଛେ ା ତେଣୁ ଆଜିର ଯୁବ ପିଢ଼ି ଆଗାମୀ ଯୁବ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୁଅନ୍ତୁ ବୋଲି କନ୍ଧମାଳ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କ୍ରୀଡା, ଯୁବ ବ୍ୟାପାର, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରକାଶ କରିଛନ୍ତି। ସେହିପରି ଇସ୍ପାତ, ଖଣି ଏବଂ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ମହୋତ୍ସବ ଉପରେ ତାଙ୍କ ବକ୍ତବ୍ୟ ରଖିଥିଲେ ା ଜିଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ ଉପସ୍ଥିତ ଥିଲେ ା
ଦ୍ୱିତୀୟ ଦିନରେ ଅତିଥିମାନେ ଠିକ୍‌ ସମୟରେ ଆସି ନ ଥିବାରୁ ସଭା କାର୍ଯ୍ୟ ହୋଇ ନ ଥିଲା ା ମନ୍ତ୍ରୀମାନେ ଭିନ୍ନ ସମୟରେ ଆସି ନିଜର ଅଭିଭାଷଣ ଦେଇଥିଲେ ା ଏହି ଅବସରରେ ସେମାନେ କିଛି ପ୍ରତିଭାଙ୍କୁୁ ସମ୍ବର୍ଦ୍ଧିତ କରିଥିଲେ ା ଆଇଏଏସ୍‌ ପ୍ରୋବେସନର ଡା.ଶୁଭଙ୍କର ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ା ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଖୋର୍ଦ୍ଧାର ପାଇକ ନୃତ୍ୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ା ସେହିପରି ପୁରୁଲିଆ ଛଉ, କୋରାପୁଟର ଓ ରାୟଗଡ଼ାର ଲୋକନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା। ପ୍ରଥମ ଦିନ ପରି ବିଭିନ୍ନ ଷ୍ଟଲରେ ପ୍ରବଳ ଜନଗହଳି ଲାଗି ରହିଛି ା ବ୍ୟବସାୟୀ, ସ୍ବୟଂ ସହାୟିକା ଗୋଷ୍ଠୀଗୁଡିକ ଭଲ ବ୍ୟବସାୟ କରୁଛନ୍ତି।