ଆଜିର ଫଟୋ ( ଜୁନ୍ ୧୮, ୨୦୨୦ )
ବର୍ଷାର ପ୍ରଭାବରେ ଗତକାଲି ରାତିରେ ରାଉରକେଲା ସେକ୍ଟର – ୨୦ ବୈକୁଣ୍ଠ ଘାଟରୁ କୋଏଲ ନଦୀର ବାଉଁଶ ପୋଲ ଭାସିଯାଇଛି। ଏହା ପରେ ଗାଁ ବାସି ଡଙ୍ଗା ରେ ଯିବା ଆସିବା କରୁଛନ୍ତି।
ରାଜମହଲ ଛକରେ ଟ୍ରାଫିକ ପୋଲିସ ବିନା ମାସ୍କ ଓ ହେଲମେଟ ପିନ୍ଧି ନ ଥିବା ବ୍ୟକ୍ତିଙ୍କଠାରୁ ଫାଇନ ଆଦାୟ କରୁଛନ୍ତି।
ଭୁବନେଶ୍ୱରସ୍ଥିତ ୟୁନିଟ୍ ୧ ନଂ. ହାଟରେ ଜଣେ ଛତା କାରିଗର ଛତା ତିଆରି କରୁଛନ୍ତି।
ଲଦାଖ ଗାଲଓ୍ବାନ ଘାଟିରେ ଶହୀଦ ହୋଇଥିବା ଦୁଇ ଓଡିଆ ଯବାନ ନନ୍ଦୁରାମ ସୋରେନ ଓ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ମରଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।