ଆଜିର ଫଟୋ (ଜୁନ୍ ୫, ୨୦୨୦)

ରାଜମହଲ ଛକରେ ରଙ୍ଗ୍‌ ସାଇଡ୍‌ରୁ ଆସୁଥିବା ବାଇକ୍‌ଠାରୁ ଟ୍ରାଫିକ ପୋଲିସ ଜରିମାନା ଆଦାୟ କରୁଛି।

ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି

ଦେବ ସ୍ନାନ ପୂର୍ଣ୍ଣମୀ ଅବସରରେ ଚାନ୍ଦନୀଛକରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କ ଗଜ ବେଶ।

ବାଦାମବାଡ଼ି ବସ୍‌ଷ୍ଟାଣ୍ଡରୁ ଅଳ୍ପସଂଖ୍ୟକ ବସ୍‌ ଚଳାଚଳ କରୁଥିବା ବେଳେ ଯାତ୍ରୀମାନେ ସାମାଜିକ ଦୂରତ୍ୱ କଟକଣା ପ୍ରତି ଧ୍ୟାନ ଦେଉନାହାନ୍ତି।

ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ବକ୍ସି ବଜାର ସ୍ଥିତ ନାରୀ ସଂଘ ସଦନ ପରିସରରେ ଓଡ଼ିଶା ନାରୀ ସଂଘ ପକ୍ଷରୁ ଚାରା ରୋପଣ।