ଶ୍ରୀନଗର,୫ା୮: ଜମ୍ମୁ-କଶ୍ମୀରରେ ଏବେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆରମ୍ଭ ହୋଇଯାଇଛି ତର୍ଜମା। ସୋମବାର ସମ୍ବିଧାନର ଅନୁଚ୍ଛେଦ ୩୭୦ ଏବଂ ୩୫ଏ ଉଚ୍ଛେଦକୁ ନେଇ ବଡ ନିଷ୍ପତ୍ତି ଆସିବାକୁ ଥିବାବେଳେ ନ୍ୟାଶନାଲ କନ୍ଫରେନ୍ସ ନେତା ଓମାର ଅବଦୁଲ୍ଲା, ପିଡିପି ଅଧ୍ୟକ୍ଷା ମେହବୁବା ମୁଫତିଏବଂ ପିପୁଲ୍ସ କନଫରେନ୍ସ ଅଧ୍ୟକ୍ଷ ସଜ୍ଜାଦ ଲୋନଙ୍କୁ ଗୃହବନ୍ଦୀ କରାଯାଇଛି। ଏହାକୁ ଦେଖି ମେହବୁବା ସୋମବାର ଟୁଇଟରେ କହିଛନ୍ତି, ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅନୁପସ୍ଥିତି ଅନୁଭବ କରୁଛି। ସେ ଭାଜପାର ନେତା ଥିଲେ ମଧ୍ୟ କଶ୍ମୀର ଲୋକଙ୍କ ପ୍ରତି ତାଙ୍କର ସହାନୁଭୂତି ଥିଲା। ଯେଉଁ ମାନେ କଶ୍ମୀର ସ୍ଥିତିକୁ ନେଇ ଉତ୍ସବ ମନାଉଛନ୍ତି ତାହାର ପରିଣାମ ଦେଖିବାକୁ ପ୍ରସ୍ତୁତ ହୋଇଥାନ୍ତୁ ବୋଲି ସେ କହିଛନ୍ତି।