Categories: ଖେଳ

ଆଜି ଅଲଆଉଟ୍‌ ହୋଇପାରେ ବାଂଲାଦେଶ

କୋଲକାତା,୨୨।୧୧- ଐତିହାସିକ ଇଡେନ ଗାର୍ଡେନ୍‌ଠାରେ ଖେଳାଯାଉଥିବା ଦେଶର ପ୍ରଥମ ଦିବାରାତ୍ର ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ପେସରଙ୍କ ଘାତକ ବୋଲିଂ ଯୋଗୁ ବାଂଲାଦେଶ ବ୍ୟାକ୍‌ଫୁଟ୍‌କୁ ଚାଲିଯାଇଛି। ଏପରି କି ଭ୍ରମଣକାରୀ ଦଳ ପ୍ରଥମ ଦିନରେ ହିଁ ଅଲଆଉଟ୍‌ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଲଞ୍ଚ ବ୍ରେକ ସୁଦ୍ଧା ୨୧.୪ ଓଭରରେ ୬ ଉଇକେଟ ହରାଇ ମାତ୍ର ୭୩ ରନ୍‌ କରିଛି। ଓପନର ଶାଦମାନ ଇସଲାମ ୨୯ ରନ୍‌ କରିଥିବାବେଳେ ଅଧିନାୟକ ମୋମିନୁଲ ହକ୍‌, ମହମ୍ମଦ ମିଥୁନ ଓ ଅଭିଜ୍ଞ ମୁଶିଫକର ରହିମ ଖାତା ଖୋଲି ନ ପାରି ଆଉଟ୍‌ ହୋଇଛନ୍ତି। ଲଞ୍ଚ ବ୍ରେକ ସୁଦ୍ଧା ଲିଟନ ଦାସ ୨୪ ଓ ନିଇମ ହାସନ ଖାତା ନ ଖୋଲି ଅପରାଜିତ ରହିଛନ୍ତି। ଉମେଶ ଯାଦବ ଦଳର ସର୍ବାଧିକ କ୍ଷତି ଘଟାଇ ୩ ଉଇକେଟ ନେଇଥିବାବେଳେ ଈଶାନ୍ତ ଶର୍ମା ୨ ଓ ମହମ୍ମଦ ଶାମି ଗୋଟିଏ ଉଇକେଟ ନେଇଛନ୍ତି।

Share