Categories: ବାଣିଜ୍ୟ

ଆଜି ଆର୍‌ବିଆଇ ବୋର୍ଡକୁ ଉଦ୍‌ବୋଧନ ଦେବେ ସୀତାରାମନ୍‌

ନୂଆଦିଲ୍ଲୀ,୮-୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସୋମବାର ଏଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବୋର୍ଡ ବୈଠକରେ ଉଦ୍‌ବୋଧନ ଦେବେ। ବଜେଟ ଉପସ୍ଥାପନ ପରେ ଆର୍‌ବିଆଇ ସହ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଏହା ଏକ ପରମ୍ପରାଗତ ବୈଠକ ହୋଇଥାଏ। ରାଜସ୍ବ ନିଅଣ୍ଟ କମ କରିବା ଲାଗି ନିଆଯାଇଥିବା ପଦକ୍ଷେପ ଏବଂ ସାଧାରଣ ବଜେଟର ଅନ୍ୟ ପ୍ରମୁଖ ବିନ୍ଦୁ ଉପରେ ସୀତାରାମନ୍‌ ସରକାରଙ୍କ ଆଭିମୁଖ୍ୟ ଜଣାଇବେ। ଉଲ୍ଲେଖଥାଉ କି, ଫେବୃୟାରୀରେ ଉପସ୍ଥାପିନ ଅନ୍ତରୀଣ ବଜେଟ ତୁଳନାରେ ସାଧାରଣ ବଜେଟରେ ୬ ହଜାର କୋଟି ଟଙ୍କାର ଅତିରିକ୍ତ ରାଜସ୍ବ ପ୍ରାପ୍ତି ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏହାଦ୍ୱାରା ସରକାରଙ୍କ ବିତ୍ତୀୟ ନିଅଣ୍ଟ ପରିମାଣ ଜିଡିପିର ୩.୩%ରେ ରହିବ ବୋଲି ବଜେଟରେ ଅନୁମାନ କରାଯାଇଛି। ଅନ୍ତରୀଣ ବଜେଟରେ ବିତ୍ତୀୟ ନିଅଣ୍ଟ ପରିମାଣ ୩.୪% ରହିବ ବୋଲି ଆକଳନ କରାଯାଇଥିଲା।

Share