Categories: ଜାତୀୟ

ଆଜି ଆସ୍ଥାଭୋଟ ଲାଗି ସାନି ନିର୍ଦ୍ଦେଶ

ଭୋପାଳ,୧୭।୩: ମଙ୍ଗଳବାର ସୁଦ୍ଧା ବିଧାନସଭାରେ ଆସ୍ଥାଭୋଟର ସମ୍ମୁଖୀନ ହେବା ଲାଗି ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନ ସୋମବାର ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପାଇଁ ସାନି ସମୟସୀମା ଧାର୍ଯ୍ୟ କରିଛନ୍ତି। ଯଦି ସରକାର ଶକ୍ତି ପରୀକ୍ଷାର ସମ୍ମୁଖୀନ ନ ହୁଅନ୍ତି ତେବେ ଏହା ଆସ୍ଥା ହରାଇଥିବା ବିବେଚନା କରାଯିବ ବୋଲି ରାଜ୍ୟପାଳ କହିଛନ୍ତି। ବାଚସ୍ପତି ଏନ୍‌.ପି. ପ୍ରଜାପତି କରୋନା ଭୂତାଣୁ ସଂକ୍ରମଣ ଆଳରେ ଗୃହକୁ ୧୦ ଦିନ ପାଇଁ ମୁଲତବୀ ଘୋଷଣା କରିଥିଲେ। ୨୬ରେ ରାଜ୍ୟ ସଭା ନିର୍ବାଚନ ଥିବାରୁ ସେଦିନ ଗୃହକାର୍ଯ୍ୟ ଆରମ୍ଭ କରିବାକୁ ବାଚସ୍ପତି କହିଥିଲେ। ପରେ ରାଜ୍ୟପାଳ ସାନି ସମୟସୀମା ଧାର୍ଯ୍ୟ କରିଛନ୍ତି।

Share