Categories: ଜାତୀୟ

ଆଜି ଇସ୍ତଫା ଦେଇପାରନ୍ତି ଚନ୍ଦ୍ରାବାବୁ

ହାଇଦ୍ରାବାଦ,୨୩।୫: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ଗୁରୁବାର ସୁଦ୍ଧା ନିଜ ପଦରୁ ଇସ୍ତଫା ଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି। କାରଣ ବିଧାନସଭା ଆସନ ପାଇଁ ଚାଲିଥିବା ଭୋଟ ଗଣତି ପ୍ରକ୍ରିୟାରେ ଏବେ ସୁଦ୍ଧା ଓ୍ବାଇଏସ୍‌ଆର୍‌ କଂଗ୍ରେସ ଦଳ ପାଖାପାଖି ୧୪୯ ଆସନରେ ଆଗୁଆ ଥିବା ବେଳେ ଏହା ବହୁମତ ହାସଲ କରିବ ବୋଲି ଅନୁମାନ କରାଯାଉଛି। ଏବେସୁଦ୍ଧା ଚନ୍ଦ୍ରାବାବୁ ନାଇଡୁଙ୍କ ଶାସିତ ଦଳ ଟିଡିପି ମାତ୍ର ୨୫ ଆସନରେ ଆଗୁଆ ଥିବା ବେଳେ ଜନସେନା ପାର୍ଟି ଗୋଟିଏ ଆସନରେ ଆଗରେ ରହିଛି।

Share