ଆଜି ଇୟୁ ଛାଡ଼ିବ ବ୍ରିଟେନ

ଲଣ୍ଡନ,୩୧-୧:ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ ଶୁକ୍ରବାର ରାତି ୧୧ଟାରେ ଅଲଗା ହୋଇଯିବ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ ବ୍ରେକ୍‌ଜିଟ ଚୁକ୍ତିକୁ ଚୂଡ଼ାନ୍ତ ଅନୁମୋଦନ ମିଳିଯାଇଛି। ବ୍ରସେଲ୍ସରେ ଥିବା ୟୁରୋପୀୟ ପାର୍ଲାମେଣ୍ଟର ବ୍ରିଟିଶ ସଦସ୍ୟମାନେ ସେମାନଙ୍କ ଅଫିସ୍‌ ଛାଡ଼ିବା ଆରମ୍ଭ କରିଛନ୍ତି। ସବୁ ରାଷ୍ଟ୍ର ସହ ବନ୍ଧୁତ୍ୱ ବଜାୟ ରଖିବା ପ୍ରତିଶ୍ରୁତି ସ୍ବରୂପ ନୂତନ ମୁଦ୍ରା ପ୍ରସାରଣ କରାଯିବ।
ବୁଧବାର ୟୁରୋପୀୟ ପାର୍ଲାମେଣ୍ଟରେ ବ୍ରେକ୍‌ଜିଟ ରାଜିନାମା ଉପରେ ଦୀର୍ଘ ସମୟ ଆଲୋଚନା ପରେ ଭୋଟ ନିଆଯାଇଥିଲା। ୬୨୧ ସଦସ୍ୟ ସପକ୍ଷରେ ଓ ୪୯ ଜଣ ବିପକ୍ଷରେ ଭୋଟ ଦେଇଥିଲେ। ଏହି ସମୟରେ ପାର୍ଲାମେଣ୍ଟରେ ଏକ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା। କେତେକ ସଦସ୍ୟଙ୍କ ଆଖିରେ ଲୁହ ଆସିଯାଇଥିଲା। ଆମେ ଆପଣମାନଙ୍କୁ ସବୁବେଳେ ଭଲପାଇବୁ ଓ ଆପଣମାନେ ଆମଠାରୁ ଦୂରେଇଯିବେନାହିଁ ବୋଲି ଇୟୁ କମିଶନ ଅଧ୍ୟକ୍ଷ ଉର୍ସୁଲ ଭନ ଡେର୍‌ ଲେୟେନ କହିଥିଲେ। ଶୁକ୍ରବାର ବ୍ରିଟେନ ୟୁରୋପୀୟ ସଂଘରୁ ଅଲଗା ହୋଇଗଲେ ମଧ୍ୟ ବର୍ଷ ଶେଷ ପର୍ଯ୍ୟନ୍ତ ଏହା ଇୟୁର ଆର୍ଥିକ ବ୍ୟବସ୍ଥା ମଧ୍ୟରେ ରହିବ। ତେବେ ଆର୍ଥତ୍କ ନୀତି ସମ୍ପର୍କରେ ଏହା କୌଣସି ପ୍ରସ୍ତାବ କିମ୍ବା ପରାମର୍ଶ ଦେଇପାରିବ ନାହିଁ। ୨୮ ସଦସ୍ୟ ବିଶିଷ୍ଟ ୟୁରୋପୀୟ ସଂଘରୁ ଅଲଗା ହୋଇଯିବାରେ ବ୍ରିଟେନ ହେଉଛି ପ୍ରଥମ ରାଷ୍ଟ୍ର।

Share