Categories: ଖେଳ

ଆଜି କ୍ରିକେଟ ଇତିହାସରେ ସବୁଠୁ ଖାସ୍‌ ଦିନ, ଜାଣନ୍ତି କାହିଁକି

ନଭେମ୍ବର ୧୫, ଆଜି କ୍ରିକେଟ ଇତିହାସରେ ସବୁଠୁ ଖାସ୍‌ ଦିନ। କାହିଁକି ଜାଣନ୍ତି, କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜିର ଦିନରେ ହିଁ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ୧୯୮୯, ନଭେମ୍ବର ୧୫ରେ ମାତ୍ର ୧୬ ବର୍ଷ ୨୦୫ରେ ଦିନରେ ସେ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ। ୧୬ ବର୍ଷର ସେହି ଛୋଟ ପିଲାଟି ଦିନେ ବିଶ୍ୱ କ୍ରିକେଟରେ ରାଜ୍‌ କରିବ ତାହା କେହି ସୁଦ୍ଧା ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲେ। ସେ ଦୀର୍ଘ ୨୪ ବର୍ଷ କ୍ରିକେଟ କ୍ୟାରିୟରରେ ଭାରତ ପକ୍ଷରୁ ୨୦୦ଟି ଟେଷ୍ଟ ଖେଳି ୫୩.୭୮ ହାରରେ ମୋଟ ୧୫,୯୨୧ ରନ୍‌ ସଂଗ୍ରହ କରିଥିଲେ। ଏଥିମଧ୍ୟରେ ୫୧ଟି ଶତକ ଏବଂ ୬୮ଟି ଅର୍ଦ୍ଧଶତକ ସାମିଲ ଅଛି। ସେହିପରି ୪୬୩ଟି ଏକଦିବସୀୟ ମ୍ୟାଚରେ ୪୪.୮ ହାରରେ ୧୮୪୨୬ରନ୍‌ କରିଥିଲେ। ଏଥିରେ ୪୯ଟି ଶତକ ଏବଂ ୯୬ ଅର୍ଦ୍ଧଶତକ ସେ ମାରିଥିଲେ।

Share