Advertisement

ଆଜି କ୍ୟାବିନେଟର ପ୍ରଥମ ବୈଠକ: ହୋଇପାରେ ବିଭାଗ ବଣ୍ଟା

ନୂଆଦିଲ୍ଲୀ, ୩୧।୫: ଲୋକ ସଭା ନିର୍ବାଚନରେ ଭାଜପାର ଐତିହାସିକ ବିଜୟ ପରେ ଲଗାତାର ଦ୍ୱିତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୫୭ ଜଣ ସଦସ୍ୟ ସ୍ଥାନ ପାଇଥିଲାବେଳେ ଏମାନଙ୍କ ମଧ୍ୟରେ ୨୪ ଜଣ କ୍ୟାବିନେଟ ପାହ୍ୟା, ୨୪ ରାଷ୍ଟ୍ର ପାହ୍ୟା ଏବଂ ୯ଜଣଙ୍କୁ ରାଷ୍ଟମନ୍ତ୍ରୀ(ସ୍ବାଧୀନ) ଭାବେ ନିଆଯାଇଛି। ଶପଥ ନେବାର ଦିନକ ପରେ ଅର୍ଥାତ୍‌ ଶୁକ୍ରବାର ସନ୍ଧ୍ୟାରେ ମୋଦି କ୍ୟାବିନେଟର ପ୍ରଥମ ବୈଠକ ବସିବ ବୋଲି ଜଣାପଡିଛି। ଏହି ବୈଠକରେ କାହାକୁ କେଉଁ ବିଭାଗ ମିଳିବ ସେନେଇ ଆଲୋଚନ ହେବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ଗାନ୍ଧୀନଗର ଲୋକ ସଭା ଆସନରୁ ନିର୍ବାଚନ ଜିତିଥିବା ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏଥର ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି। ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱ ଦିଆଯିବ ବୋଲି ଆଲୋଚନା ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share