ଆଜି କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ) : ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ସା ୬ଟାରେ ଅନୁଷ୍ଠିତ ହେବ। କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ଏଥର କ୍ୟାବିନେଟ୍‌ରେ ପଞ୍ଚାୟତିରାଜ ବିଭାଗର ୩ଟି ପ୍ରସ୍ତାବ, ରାଜସ୍ବ ବିଭାଗର ଗୋଟିଏ ପ୍ରସ୍ତାବ, ପୂର୍ତ୍ତ ବିଭାଗର ଦୁଇଟି ପ୍ରସ୍ତାବ, ଆଇନ ବିଭାଗର ଗୋଟିଏ ପ୍ରସ୍ତାବ ଉପରେ ମୋହର ବାଜିବ ବୋଲି ଜଣାପଡିଛି। ଅନ୍ୟପଟେ ରାଜ୍ୟ ସରକାର ମାଗଣାରେ ଜାତିଗତ ଓ ଆୟକର ପ୍ରମାଣପତ୍ର ଦେବାକୁ ଯୋଜନା କରିଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ମିଳିଥିବା ସୂଚନା ମିତାବକ ରାଜ୍ୟ ସରକାର ଜାତିଗତ ଓ ଆୟକର ପ୍ରମାଣପତ୍ର ପାଇଁ ଆବେଦନ ଫି ଏବଂ ୟୁଜର୍ସ ଫି ସମ୍ପୂର୍ଣ୍ଣଭାବେ ଉଚ୍ଛେଦ କରିବା ଲାଗି ଯୋଜନା କରିଛନ୍ତି। ଅନୁସୂଚିତ ଜାତି ଓ ଜନଜାତି, ଏସ୍‌ଇବିସି ଏବଂ ଓବିସି ବର୍ଗଙ୍କୁ ଏଥିଲାଗି ଆଉ ଫି ଦେବାକୁ ପଡିବ ନାହିଁ। ଏ ସମ୍ପର୍କିତ ପ୍ରସ୍ତାବ ଉପରେ କ୍ୟାବିଟେନ୍‌ ମଞ୍ଜୁରୀ ମିଳିପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି।

Share