ଆଜି କ୍ୟାବିନେଟ୍‌

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ଓଡ଼ିଶା ସରକାରଙ୍କ କ୍ୟାବିନେଟ୍‌ ବୈଠକ ବସିବ। ପୂର୍ବାହ୍ନ ୯ଟା ୪୫ରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହେବ। ବିଧାନସଭାର ବଜେଟ୍‌ ଅଧିବେଶନ ଜାରି ରହିଥିବାରୁ କ୍ୟାବିନେଟ୍‌ ବୈଠକ ପରେ ଗଣମାଧ୍ୟମକୁ କୌଣସି ବିବୃତି ଦିଆଯିବ ନାହିଁ। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ପୂର୍ତ୍ତ ବିଭାଗ ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ବନ୍ଧୀୟ ପ୍ରସ୍ତାବକୁ ମୋହର ବାଜିପାରେ। ସେହିପରି ଗୃହ, ଉଚ୍ଚଶିକ୍ଷା ବିଭାଗ ସମ୍ବନ୍ଧୀୟ ଏକାଧିକ ପ୍ରସ୍ତାବ କ୍ୟାବିନେଟ୍‌ରେ ଆଗତ ହେବ ବୋଲି ଜଣାପଡିଛି। ଜରୁରୀ ଭାବେ ଡକାଯାଇଥିବା ଏହି ବୈଠକ ସମ୍ପର୍କରେ ସମସ୍ତ ମନ୍ତ୍ରୀଙ୍କ ଆବାସିକ ଦପ୍ତର ଏବଂ କାର୍ଯ୍ୟାଳୟକୁ ଅବଗତ କରାଯାଇଛି।

Share