ଆଜି ଖାରବେଳ ଭବନ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫ା୮(ବ୍ୟୁରୋ):ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଓ୍ବାର ହାଉସ ଛକଠାରେ ନବନିର୍ମିତ ଖାରବେଳ ଭବନର ଉଦ୍‌ଘାଟନ କରିବେ। ଏହା ଦ୍ୱିତୀୟ ଲୋକସେବା ଭବନ ଭାବେ କାର୍ଯ୍ୟ କରିବ। ଉଦ୍‌ଘାଟନର ସପ୍ତାହେ ମଧ୍ୟରେ ସରକାରଙ୍କ ୧୧ଟି ବିଭାଗ ସମ୍ପୂର୍ଣ୍ଣ ଖାରବେଳ ଭବନକୁ ଉଠି ଆସିବ ବୋଲି ସୂଚନା ମିଳିଛି। ୯ ମହଲା ବିଶିଷ୍ଟ ଏହି କୋଠାର ୮ ମହଲା ପର୍ଯ୍ୟନ୍ତ କାମ ଶେଷ ହୋଇଛି। ଅଷ୍ଟମ ମହଲାରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ପ୍ରକୋଷ୍ଠ ନିର୍ମାଣ କରାଯାଇଛି।