ଆଜି ଗଣେଶ ଚତୁର୍ଥୀ: ରାଶି ଅନୁସାରେ ଭୋଗ ଲଗାନ୍ତୁ, ମିଳିବ ମହାବରଦାନ

ଆଜି ସାରା ଦେଶରେ ଗଣେଶ ଚତୁର୍ଥୀ ବହୁ ଧୂମ୍‌ଧାମ୍‌ ପାଳନ କରାଯାଉଛି। ପ୍ରଭୁ ଗଣେଶଙ୍କ ଆବାହନ ଲାଗି ଚାରିଆଡେ ଭିଡ ଜମିଛି। ତେବେ ରାଶି ଅନୁସାରେ ଗଣେଶଙ୍କୁ ଭୋଗ ଲଗାଇଲେ ମନସ୍କାମନା ପୂରଣ ହେବ ବୋଲି ବିଧି ଅଛି। ଜାଣନ୍ତୁ କେଉଁ ରାଶି ପାଇଁ କେଉଁ ଭୋଗ ଚଢାଇଲେ ମିଳିବ ସଫଳତା…

ମେଷ-ମେଷ ରାଶିର ଲୋକମାନେ ଲାଲ୍‌ ଗୋଲାପ ଫୁଲ ସହ ପଞ୍ଚ ମୋଦକ ଗଣେଶଙ୍କୁ ଅର୍ପଣ କଲେ ପାରିବାରିକ ଶାନ୍ତି ସହ ସବୁକାମ ସୁରୁଖୁରୁରେ ହୋଇଥାଏ।

ବୃଷ-ଏହି ରାଶିର ଲୋକେ ନଡିଆ ଠାକୁରଙ୍କ ପାଖରେ ଭୋଗ କଲେ ମନସ୍କାମନା ପୂରଣ ହୁଏ।

ମିଥୁନ-ମିଥୁନ ରାଶିର ଲୋକମାନେ ସବୁଜ ରଙ୍ଗର ଫଳ ଭୋଗ ଲଗାନ୍ତୁ। ଉତ୍ତମ ଫଳପ୍ରାପ୍ତି ହେବ।

କର୍କଟ- ଏହି ରାଶିର ଲୋକମାନେ ଗଣେଣଙ୍କ ଗୋଲ ମିଠା ଅର୍ପଣ କରନ୍ତୁ। ଏହାଦ୍ୱାରା ମାନସିକ ଅଶାନ୍ତି ଦୂର ହେବ।

ସିଂହ-ଏହି ରାଶିର ଲୋକମାନେ ପ୍ରଭୁ ଗଣେଶଙ୍କୁ ଲାଲ୍‌ ରଙ୍ଗର ମିଠା ଏବଂ ହଳଦିଆ ଫଳ ଭୋଗ ଚଢାଇଲେ ସବୁ କାମରେ ସଫଳତା ମିଳିବ।

କନ୍ୟା- କନ୍ୟା ରାଶିର ଲୋକମାନେ ଗଣେଶଙ୍କୁ ପେଡା ଭୋଗ ଲଗାନ୍ତୁ।

ତୁଳା-ଏହି ରାଶିର ଲୋକମାନେ ଗଣେଶଙ୍କୁ ମିଠା ସହ ଲଡୁ ଭୋଗ କରୁନ୍ତୁ, ଶୁଭଫଳ ମିଳିବ।

ବିଛା-ବିଛା ରାଶିର ଲୋକମାନେ ଗଣେଶଙ୍କୁ ୧୧ଟି ମୋଦକ ଭୋଗ ଲଗାନ୍ତୁ।

ଧନୁ-ଏହି ରାଶିର ଲୋକମାନେ ନିଜ ବୟସ ଯେତିକି ସେତିକିଟି ଲଡ଼ୁ ଗଣେଶଙ୍କୁ ଭୋଗ ଲଗାନ୍ତୁ। ପାରିବାରିକ ଶାନ୍ତି ସହ ଶୁଭଫଳ ମିଳିବାର ସମ୍ଭାବନା ରହିଛି।

ମକର-ଏକ ନଡିଆକୁ ଲାଲ୍‌ କପଡ଼ାରେ ବାନ୍ଧି ପ୍ରଭୁ ଗଣେଶଙ୍କୁ ଅର୍ପଣ କରନ୍ତୁ।

କୁମ୍ଭ-ମୋଦକ ସହ ଲଡୁ ଏହି ଲୋକମାନେ ଗଣେଶଙ୍କୁ ଭୋଗ ଲଗାନ୍ତୁ।

Share