ଆଜି ଚିହ୍ନଟ ୧୪ ପଜିଟିଭ୍‌ ମଧ୍ୟରୁ ୧୩ ସୁରଟ ଫେରନ୍ତା, ଜଣେ ପୂର୍ବ ଆକ୍ରାନ୍ତଙ୍କ ଦ୍ୱାରା ସଂକ୍ରମିତ

ଭୁବନେଶ୍ୱର,୧୧ା୫(ବ୍ୟୁରୋ) : ସୋମବାର ସକାଳେ ଚିହ୍ନଟ ହୋଇଥିବା ୧୪ କରୋନା ପଜିଟିଭ୍‌ଙ୍କ ମଧ୍ୟରୁ ଗଞ୍ଜାମର ୧୨, ସୁନ୍ଦରଗଡ଼ର ଜଣେ ଏବଂ କେନ୍ଦ୍ରାପଡ଼ାର ଜଣେ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମର ୧୨ ଆକ୍ରାନ୍ତ ସୁରଟ ଫେରନ୍ତା। ସମସ୍ତେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହୁଥିଲେ। ସେହିପରି କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ମଧ୍ୟ ସୁରଟ ଫେରନ୍ତା। ସେ ମଧ୍ୟ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହୁଥିଲେ। ତେବେ ରାଉରକେଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୩୯୧ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୨୦ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ୬୮ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି।

Share