ଆଜି ଚିହ୍ନଟ ୭ କରୋନା ପଜିଟିଭ୍‌ଙ୍କ ମଧ୍ୟରୁ ଭଦ୍ରକର ୫, ବାଲେଶ୍ୱରର ୨

ଭୁବନେଶ୍ୱର,୨୦ା୪(ବ୍ୟୁରୋ) : ସୋମବାର ରାଜ୍ୟରେ ଆଉ ୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାଯାଇଛି। ଚିହ୍ନଟ ହୋଇଥିବା ୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ଭଦ୍ରକ ଜିଲାର ହୋଇଥିବା ବେଳେ ୨ ଜଣ ବାଲେଶ୍ୱର ଜିଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନାରୁ ଜଣାପଡ଼ିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧ରୁ ବୃଦ୍ଧି ପାଇ ୬୮ରେ ପହଞ୍ଚିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ପରୀକ୍ଷା କରାଯାଇଥିବା ୧୦ ହଜାର ୬୪୧ଟି ନମୁନା ମଧ୍ୟରୁ ୧୦ ହଜାର ୫୭୩ଟି ନେଗେଟିଭ୍‌ ଆସିଥିବାବେଳେ ୬୮ ଜଣଙ୍କର ପଜିଟିଭ ବାହାରିଛି।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ସେହିପରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ୪୩ ଜଣ ଚିକିତ୍ସିତ ହେଉଛନ୍ତି।

Share