Categories: ରାଜ୍ୟ

ଆଜି ଛତିଶା ନିଯୋଗ ବୈଠକ

ପୁରୀ ଅଫିସ, ୪ା୩:  ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୁଧବାର ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମେଣ୍ଢାପୋଡ଼ିି ଏବଂ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଅନୁମୋଦନ କରାଯିବ। ଏଥିସହିତ ସଭାପତିଙ୍କ ଅନୁମୋଦନ କ୍ରମେ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡ଼ିଛି। ସୂଚନାଥାଉ କି, ଆସନ୍ତା ୮ ତାରିଖରେ ମେଣ୍ଢାପୋଡ଼ିି ଏବଂ ୯ରେ ଦୋଳ ପୂର୍ଣ୍ଣିମା ରହିଛି। ଏହାକୁ କିପରି ଶୃଙ୍ଖଳିତ ଭାବେ ସମ୍ପନ୍ନ କରାଯିବ ସେଥିଲାଗି ଶ୍ରୀମନ୍ଦିର ପ୍ରଶାସନ ଛତିଶା ନିଯୋଗ ବୈଠକ ଡାକିିଛି। ଏଥିରେ ଏହି ଦୁଇ ନୀତି ସମ୍ପର୍କରେ ଆଲୋଚନା କରାଯାଇ ନିର୍ଘଣ୍ଟ କରାଯିବ।

Share