ଆଜି ଛାତ୍ରୀଛାତ୍ରଙ୍କ ସହ ସୁପର-୩୦ ଦେଖିବେ ଆନନ୍ଦ କୁମାର

ଭୁବନେଶ୍ୱର, ୨୧-୭: ସୁପର-୩୦ର ପ୍ରତିଷ୍ଠାତା ଆନନ୍ଦ କୁମାର ରାଜ୍ୟର ଛାତ୍ରୀଛାତ୍ରଙ୍କ ସହ ଏହି ଚଳଚ୍ଚିତ୍ରକୁ ଦେଖିବେ। ଆଦ୍ୟାନ୍ତ ଉଚ୍ଚ ମାଧ୍ୟମିକ ସ୍କୁଲର ପ୍ରତିଷ୍ଠାତା, ଆକାଶ ଭୁବନେଶ୍ୱର ସେଣ୍ଟରର ନିର୍ଦ୍ଦେଶକ ତଥା ଜିନ୍ଦେଗୀ ଫାଉଣ୍ଡେଶନର ଅଧ୍ୟକ୍ଷ ଅଜୟ ବାହାଦୁର ସିଂ ସୁପର-୩୦ ଚଳଚ୍ଚିତ୍ର ପ୍ରଦର୍ଶନ ନେଇ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିରେ ଆନନ୍ଦ କୁମାରଙ୍କ ଭାଇ ପ୍ରଣବ କୁମାର ମଧ୍ୟ ଉପସ୍ଥିତ ରହିବେ। ଚଳଚ୍ଚିତ୍ରଟି ଆନନ୍ଦ କୁମାରଙ୍କ ସୁପର-୩୦ ପ୍ରତିଷ୍ଠାନ ସହ ଜଡିତ। ଆନନ୍ଦ କୁମାରଙ୍କ ଭୂମିକାରେ ହ୍ରିତିକ ରୋଶନ ଅଭିନୟ କରିଛନ୍ତି। ସିନେମାଟି ୭୦ କୋଟି ବ୍ୟବସାୟ କରି ସାରିଛି। ସୁପର-୩୦ ଦ୍ୱାରା ଅନୁପ୍ରାଣିତ ହୋଇ ଓଡିଶାରେ ଗରିବ ମେଧାବୀଙ୍କ ଲାଗି ଜିନ୍ଦେଗୀ ଫାଉଣ୍ଡେଶନ ପ୍ରତିଷ୍ଠା କରିଥିବା ଏ.ବି.ସିଂ କହିଛନ୍ତି। ଏହା ଦ୍ୱାରା ଗରିବ ମେଧାବୀଙ୍କୁ ମାଗଣାରେ ରହିବା ,ଖାଇବା ବ୍ୟବସ୍ଥା ସହ ମେଡିକାଲ କୋଚିଂ ପ୍ରଦାନ କରାଯାଉଥିବା ସିଂ ସୂଚନା ଦେଇଛନ୍ତି। ଆନନ୍ଦ କୁମାର ଏହି ଚଳଚ୍ଚିତ୍ର ଶିକ୍ଷକତାକୁ ନିଜର କ୍ୟାରିୟର କରିବାରେ ଅନୁପ୍ରାଣିତ କରିବ। ଏହି ଚଳଚ୍ଚିତ୍ରର ବିଶେଷ ଆୟୋଜନ ସରକାରୀ ଶିକ୍ଷକ,ଶିକ୍ଷୟିତ୍ରୀ,ଛାତ୍ରୀଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଆକାଶ ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି।

Share