ଆଜି ଜେଲରୁ ବାହାରି ପାରନ୍ତି ସାରଥି

କଟକ ଅଫିସ, ୨୫।୭: ସାରଥି ଓରଫ୍‌ ସନ୍ତୋଷ ରାଉଳ ଗୁରୁବାର ଜେଲରୁ ମୁକୁଳି ପାରନ୍ତି। କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ବେଲ୍‌ ବଣ୍ଡ ଦାଖଲ ହୋଇଛି। ସେଠାରୁ ରିପୋର୍ଟ ଆସିବା ପରେ ସାରଥି ଜେଲରୁ ମୁକୁଳିବାର ସମ୍ଭାବନା ରହିଛି। ପୂର୍ବରୁ କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମ ଅନ୍ତେବାସିନୀ ମା’ ଝିଅଙ୍କ ମାମଲାରେ ହାଇକୋର୍ଟ ସାରଥିଙ୍କୁ ଜାମିନ ପ୍ରଦାନ କରିଛନ୍ତି।
୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ କୋର୍ଟ ଜାମିନ ଦେବା ସହ ସାକ୍ଷୀଙ୍କୁ ପ୍ରଭାବିତ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share