ଆଜି ଦାୟିତ୍ୱ ନେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ ଅଫିସ,୨୦।୮: ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଡ. କ୍ରିଷନ କୁମାର ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିବେ। ରାଜ୍ୟ ସରକାର ପ୍ରଦୀପ ମହାପାତ୍ରଙ୍କ ସ୍ଥାନରେ କ୍ରିଷନ କୁମାରଙ୍କୁ ଗତ ୧୫ତାରିଖରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେଇଥିଲେ। ନିଯୁକ୍ତି ଦିନ ସନ୍ଧ୍ୟାରେ ସେ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ଫେରି ଯାଇଥିଲେ। ସୁପ୍ରିମ୍‌କୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲା, ବ୍ରହ୍ମ ବିଭ୍ରାଟ ଘଟଣାରେ କାର୍ଯ୍ୟାନୁଷ୍ଠାନ, ମହାପ୍ରସାଦ ଦର ତାଲିକା ନିର୍ଦ୍ଧାରଣ ଆଦି ପ୍ରମୁଖ ପ୍ରସଙ୍ଗ ଏବେ ମୁଖ୍ୟ ପ୍ରଶାସକଙ୍କ ସାମ୍ନାରେ ରହିଛି।

Share