Categories: ଜାତୀୟ

ଆଜି ଦିଲ୍ଲୀ ଭୋଟ

ନୂଆଦିଲ୍ଲୀ, ୮ା୨: ଦିଲ୍ଲୀ ବିଧାନସଭାର ୭୦ ଆସନ ଲାଗି ଶନିବାର ଭୋଟଗ୍ରହଣ କରାଯିବ। ଏଥିପାଇଁ ଗୂୁରୁବାର ସବୁ ଦଳ ପକ୍ଷରୁ ହାଇଭୋଲ୍ଟେଜ୍‌ ପ୍ରଚାର ସରିଥିବାବେଳେ ଶୁକ୍ରବାର ନିର୍ବାଚନ କମିଶନ (ଇସି) ଓ ପୋଲିସ ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ। ୧,୪୭, ୮୬,୩୮୨ ଭୋଟର ସେମାନଙ୍କ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବେ। ଏହି ମତଦାନ ସହ ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ ଇଲେକ୍ଟ୍ରୋନିକ୍ସ ଭୋଟିଂ ମେଶିନ (ଇଭିଏମ୍‌)ରେ ବନ୍ଦ ହୋଇଯିବ। ଭୋଟ ଶେଷ ହେବା ନ ଯାଏ ଏକ୍‌ଜିଟ୍‌ ପୋଲ୍‌ ଆକଳନ ପ୍ରକାଶ ନ କରିବା ପାଇଁ ଗଣମାଧ୍ୟମଗୁଡ଼ିକ ଉପରେ ଇସି ରୋକ ଲଗାଇଛନ୍ତି। ତେଣୁ ଏହା ପରେ ବୁଥ୍‌ ଫେରନ୍ତା ମତଦାତାଙ୍କୁ ନେଇ ବିଭିନ୍ନ ଜନମତ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ସନ୍ଧ୍ୟା ୬ଟା ୩୦ରେ ଏକ୍‌ଜିଟ୍‌ ପୋଲ ପ୍ରକାଶ ପାଇବ। ୧୧ ତାରିଖ (ମଙ୍ଗଳବାର) ଭୋଟ ଗଣତି ପରେ ଫଳାଫଳ ଆସିବ।

Share