ଆଜି ଦେବଦମ୍ପତିଙ୍କ ବିବାହ:ବୈଦିକ ରୀତିରେ ସରିଲା ମଙ୍ଗଳକୃତ୍ୟ

ଆରଡ଼ି, ୭।୬ (ଡି.ଏନ.ଏ.)- ଶୁକ୍ରବାର ଦେବଦମ୍ପତିଙ୍କ ବିବାହ। ଦେବ ଦେବ ମହାଦେବ ସାଜିବେ ବର ଆଉ ମାତା ପାର୍ବତୀ କନିଆ। ବାଣ ରୋଶଣି ସାଙ୍ଗକୁ ଯୋଡ଼ି ମହୁରି, ମାଦଳ ବାଜା, ଶଙ୍ଖଧ୍ୱନି, ଖୋଳ କରତାଳ, ଢୋଲ, ମୃଦଙ୍ଗ ଆଦି ବାଦ୍ୟରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହେବ ଉତ୍ସବମୁଖର। ଏହି ଉପଲକ୍ଷେ ଗୁରୁବାର ବୈଦିକ ରୀତିରେ ଦେବଦମ୍ପତିଙ୍କ ମଙ୍ଗଳକୃତ୍ୟ ସମ୍ପନ୍ନ ହୋଇଛି।
ଭୋର ୪ଟାରେ ମନ୍ଦିର ପହଡ଼ ଖୋଲାଯାଇ ସାଢ଼େ ୪ଟାରେ ମଙ୍ଗଳ ଆଳତି ପରେ ବାବାଙ୍କୁ ବିଧିପୂର୍ବକ ହଳଦୀ ଲେପନ କରି ସ୍ନାନ କରାଯାଇଥିଲା। ପୂର୍ବାହ୍ନରେ ଦେବଦମ୍ପତିଙ୍କ ମଙ୍ଗଳକୃତ୍ୟ ସମ୍ପନ୍ନ ପାଇଁ ଉଭୟ ବରପିତା ସୁଶାନ୍ତ ପାଢ଼ୀ ଓ କନ୍ୟାପିତା ଚନ୍ଦ୍ରମଣି ପାଢ଼ୀଙ୍କ ଘରେ ଭିଡ଼ ଜମିଥିଲା। ବେଦଜ୍ଞ ବ୍ରହ୍ମଶ୍ରୀଙ୍କ ମଙ୍ଗଳାଷ୍ଟକ ପାଠ ପରେ ସେବାୟତ ପରିବାରର ଧର୍ମପ୍ରାଣା ସଧବା ମହିଳାମାନେ ପ୍ରଥମେ ବାବା ଆଖଣ୍ଡଳମଣିଙ୍କ ଚଳନ୍ତି ପ୍ରତିମା ପ୍ରଭୁ ଚନ୍ଦ୍ରଶେଖରଙ୍କୁ ହଳଦୀ ଲେପନ କରି ସୁବାସିତ ଜଳରେ ସ୍ନାନ କରାଇଥିଲେ। ପରେ ପରେ ମାତା ପାର୍ବତୀଙ୍କୁ ସୁବାସିତ ଜଳରେ ସ୍ନାନ ପରେ ହଳଦିଆ ବସ୍ତ୍ର ପରିଧାନ କରାଇ କନ୍ୟାବେଶରେ ସଜ୍ଜିତ କରାଇଥିଲେ। ମଙ୍ଗଳକୃତ୍ୟ ବେଳେ ସେବାୟତମାନଙ୍କ ପରିବାର ଉପସ୍ଥିତ ରହି ବିଧି ମୁତାବକ ସମସ୍ତ କାର୍ଯ୍ୟ ସମାପନ କରିଥିଲେ।
ପରମ୍ପରା ଅନୁସାରେ, ଆରଡ଼ିରେ ବସବାସ କରୁଥିବା ସେବାୟତମାନେ ହିଁ ଦେବଦମ୍ପତିଙ୍କ ପିତା ସାଜିବେ। ସେବାୟତ ଚନ୍ଦ୍ରମଣି ପାଢ଼ୀ କନ୍ୟାପିତା ହୋଇଥିଲେ ହେଁ ତାଙ୍କ ଯଜମାନ(ଯାତ୍ରୀ) ସୁଦୂର ବ୍ରହ୍ମପୁରର ଚନ୍ଦ୍ରଶେଖର ଦାଶ କନ୍ୟାପିତା ଦାୟିତ୍ୱ ତୁଲାଇବେ। ସେ ଓ ତାଙ୍କ ପରିବାର ସଦସ୍ୟ ଆରଡ଼ିରେ ପଦାର୍ପଣ କରିସାରିଲେଣି। ମାତା ପାର୍ବତୀଙ୍କ ମଙ୍ଗଳକୃତ୍ୟ ସମ୍ପନ୍ନ ପରେ ଚନ୍ଦ୍ରଶେଖର, ତାଙ୍କ ପତ୍ନୀ ମଞ୍ଜୁଶ୍ରୀ ଦାଶ, ୨ ପୁତ୍ର ଶିବପ୍ରସାଦ ଓ ସନ୍ତୋଷ ପ୍ରଭୁଙ୍କ ଚଳନ୍ତି ପ୍ରତିମାଙ୍କୁ ବିମାନରେ ବସାଇ ପୂଜାର୍ଚ୍ଚନା କରିଥିଲେ। ଏହାପରେ ଉଭୟ ପରିବାର ବରଧରା ସମ୍ପର୍କରେ ଆଲୋଚନା କରିଥିଲେ। ଶୁକ୍ରବାର ପୂର୍ବାହ୍ନ ୧୦ଟାରେ କନ୍ୟାଘରୁ ହନୁମାନଙ୍କୁ ବରଧରା ବେଶରେ ସଜ୍ଜିତ କରି ବରପିତାଙ୍କ ଗୃହକୁ ପଠାଇବେ ବୋଲି କନ୍ୟାପିତା ପ୍ରକାଶ କରିଥିଲେ। ବରଘର ପରିବାର ଲୋକେ ଏଥିରେ ସମ୍ମତି ପ୍ରଦାନ କରିଥିଲେ। ମଙ୍ଗଳକୃତ୍ୟ ସରିବା ପରେ ସମସ୍ତ ସେବାୟତଙ୍କ ପରିବାର କାନ୍ଥରେ ବିଧି ମୁତାବକ ବାହାଚିତା ପଡ଼ିଥିଲା। ଦେବଦମ୍ପତିଙ୍କର ଏହି ମଙ୍ଗଳକୃତ୍ୟ ମହୋତ୍ସବ ଦେଖିବା ପାଇଁ ଆରଡ଼ିରେ ନାହିଁ ନ ଥିବା ଭିଡ଼ ହୋଇଥିଲା। ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ ପୀଠରେ ଉପସ୍ଥିତ ରହି ସେବାୟତମାନଙ୍କ ସହ ଆଲୋଚନା କରିଥିଲେ। ଏପଟେ ବିବାହ ମହୋତ୍ସବ ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ପୋଲିସ ପ୍ରଶାସନ ପକ୍ଷରୁ ଶିବ ବିବାହକୁ ସୁରୁଖୁରୁରେ ସମାପନ କରିବାକୁ ପ୍ରଚେଷ୍ଟା ଅବ୍ୟାହତ ରହିଛି ବୋଲି କହିଛନ୍ତି ଧୂଷୁରୀ ଥାନାଧିକାରୀ ପ୍ରଫୁଲ୍ଲ କୁମାର ସିଂ ଓ ଆରଡ଼ି ଫାଣ୍ଡି ଅଧିକାରୀ ବ୍ରଜକିଶୋର ଦାସ। ଶୁକ୍ରବାର ପୂର୍ବାହ୍ନ ୧୦ଟାଠାରୁ କୌଣସି ଯାନକୁ ପୀଠ ମଧ୍ୟକୁ ପ୍ରବେଶ କରିବାର ସୁଯୋଗ ଦିଆଯିବ ନାହିଁ ଓ ପାନ୍ଥଶାଳା ନିକଟରେ ଅସ୍ଥାୟୀ ଷ୍ଟାଣ୍ଡରେ ରଖିବାର ବନ୍ଦୋବସ୍ତ କରାଯାଇଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ, ହେବ ବଡ଼ ଘୋଷଣା

ସୁନ୍ଦରଗଡ଼,୨୪ା୧୧(ଜୟ ନାରାୟଣ ମେଣ୍ଡୁଳି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ବିମାନବନ୍ଦରରୁ ସ୍ବତନ୍ତ୍ର ବିମାନରେ ଆସି ଝାରସୁଗୁଡା...

ମହତାବଙ୍କ ଜୀବନୀ ଉପରେ ବାୟୋପିକ୍‌ କରାଯିବ

ଭୁବନେଶ୍ୱର,୨୪।୧୧(ଅନିଲ ଦାସ): ଓଡ଼ିଶାର ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ଇତିହାସରେ ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଜୀବନୀ ଓ କୃତିତ୍ୱ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଅଧ୍ୟାୟ। ସେ...

ଟୋଲଗେଟକୁ ଧକ୍କାଦେଇ ହୁହୁ ହୋଇ ଜଳିଲା କଣ୍ଟେନର: ଡ୍ରାଇଭର ଜୀବନ୍ତ ଦଗ୍ଧ, ହେଲ୍ପର ବି…

ବାଲେଶ୍ୱର,୨୪।୧୧: ବାଲେଶ୍ୱର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ଶନିବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଭାରସାମ୍ୟ...

ପରିବର୍ତ୍ତନର ସ୍ରୋତରେ ଡଙ୍ଗରିଆ

ନିଜର ନିଆରା ତଥା ଭିନ୍ନ ସଂସ୍କୃତି ଓ ପରମ୍ପରା ପାଇଁ ସାରା ବିଶ୍ୱରେ ପରିଚିତ ରାୟଗଡ଼ା ଜିଲା ଆଦିମ ଜନଜାତି ଡଙ୍ଗରିଆ କନ୍ଧ। ରାୟଗଡ଼ା ଜିଲାର...

ଆଞ୍ଚଳିକ ଦଳ ଉପରେ ପୁନଃ ଆସ୍ଥାପ୍ରକଟ କଲେ ଝାଡ଼ଖଣ୍ଡବାସୀ: ବିଜେଡି

ଭୁବନେଶ୍ୱର,୨୪ା୧୧(ଅନିଲ ଦାସ): ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନର ଫଳାଫଳ ଶନିବାର ପ୍ରକାଶ ପାଇଛି। ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ନେତୃତ୍ୱରେ ଜେଏମ୍‌ଏମ୍‌ର ବିଜୟ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଆଞ୍ଚଳିକ...

ଆଇଏଏସ୍‌ ଅଫିସର ସ୍ତରରେ ଅଦଳବଦଳ, ଯାମିନୀ ଷଡ଼ଙ୍ଗୀଙ୍କୁ…

ଭୁବନେଶ୍ୱର, ୨୪ା୧୧ (ଅନିଲ ଦାସ): ରାଜ୍ୟ ସରକାର ଶନିବାର ଆଇଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ୧୨ଜଣ ଆଇଏଏସ୍‌ ଅଫିସରଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଥିବା...

ଆଜି ଆସିବ ସୁଭଦ୍ରା ଟଙ୍କା, ଆସିଲା ବଡ଼ ଖବର!

ଭୁବନେଶ୍ୱର,୨୪ା୧୧(ଅନିଲ ଦାସ): ସୁଭଦ୍ରା ଯୋଜନାରେ ବାଦ୍‌ ପଡ଼ିଥିବା ୨୫% ମହିଳାଙ୍କୁ ରବିବାର ଟଙ୍କା ମିଳିବ। ନଭେମ୍ବର ୨୪ରେ ‘ସୁଭଦ୍ରା’ର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା...

ରବିବାର କିଏ ପାଇବେ ‘ସୁଭଦ୍ରା ଟଙ୍କା? ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୩ା୧୧(ଅନିଲ ଦାସ)- ବାଦ୍‌ ପଡ଼ିଥିବା ୨୫ ପ୍ରତିଶତ ମହିଳାଙ୍କୁ ନଭେମ୍ବର ୨୪ ତାରିଖ ତଥା ରବିବାର ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା ମିଳିବ।...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri