ଆଜି ପହଞ୍ଚିବ କଳ୍ପନାଙ୍କ ମରଶରୀର: କଳିଙ୍ଗ ଷ୍ଟାଡିୟମ୍‌ରେ ଏକ ଘଣ୍ଟା ରହିବ

ଭୁବନେଶ୍ୱର, ୨ା୬(ବ୍ୟୁରୋ)- ପର୍ବତାରୋହିଣୀ କଳ୍ପନା ଦାସଙ୍କ ମରଶରୀର ରବିବାର ଭୁବନେଶ୍ୱରରେ ପହଞ୍ଚତ୍ବ। ଶୁକ୍ରବାର ସନ୍ଧ୍ୟାରେ ଆସିବାର ଥିଲା, ହେଲେ କାଠମାଣ୍ଡୁରୁ ମରଶରୀର ନେଇ ଆସିଥିବା ବିମାନ ବିଳମ୍ବରେ ଦିଲ୍ଲୀରେ ପହଞ୍ଚତ୍ଥିଲା। ଫଳରେ ଦିଲ୍ଲୀ ବିମାନ ବନ୍ଦରରେ ଅପେକ୍ଷା କରିଥିବା ବିମାନଟି ଭୁବନେଶ୍ୱର ପଳାଇ ଆସିଥିଲା। ରବିବାର ସକାଳ ୭ଟାରେ ତାଙ୍କ ମରଶରୀର ଅନ୍ୟଏକ ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଜନସାଧାରଣ ଦେଖିବା ପାଇଁ ତାଙ୍କ ମରଶରୀରକୁ ସକାଳ ୯ଟା ୪୫ରୁ ୧୦ଟା ୪୫ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍‌ରେ ରଖାଯିବ ବୋଲି ଶନିବାର ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, କଳ୍ପନା ଏଭରେଷ୍ଟ ଆରୋହଣ କରି ଫେରିବାବେଳେ ଗତ ୨୩ ତାରିଖରେ ଅଧା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା। ଶୁକ୍ରବାର କାଠମାଣ୍ଡୁରେ କଳ୍ପନାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟ ସହ ମୃତ୍ୟୁ ପ୍ରମାଣପତ୍ର ଭାରତୀୟ ଦୂତାବାସକୁ ହସ୍ତାନ୍ତର କରାଯିବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

Share