ଆଜି ପ୍ରକାଶ ପାଇବ ଯୁକ୍ତ୨ କଳା, ବାଣିଜ୍ୟ ପରୀକ୍ଷାଫଳ

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇବ। ଅପରାହ୍ନ ୩ଟା ୩୦ରେ ଫଳ ପ୍ରକାଶ ପାଇବାକୁ ଥିବାବେଳେ ଛାତ୍ରୀଛାତ୍ର www.chseodisha.nic.in ଏବଂ http://orissaresults.nic.in ଓ୍ବାବ୍‌ସାଇଟ୍‌ରେ ନିଜ ନିଜର ରେଜଲ୍ଟ ଦେଖିପାରିବେ। ସୂଚନା ଭବନ ପରିସରସ୍ଥ ଗୀତଗୋବିନ୍ଦ ସଦନରେ ପରୀକ୍ଷା ଫଳ ଘୋଷଣା କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତବର୍ଷ କଳାରେ ୨ଲକ୍ଷ ୩୫ହଜାର ୧୮୩ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ବାଣିଜ୍ୟରେ ୨୮ହଜାର ପରୀକ୍ଷା ଦେଇଥିଲେ। ସୂଚନାଯୋଗ୍ୟ, ଜୁନ୍‌ ୩ରେ ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ଘର ଉଡ଼ାଇ ଦେଲେ ସୁରକ୍ଷା ବାହିନୀ

ଶ୍ରୀନଗର,୨୫।୪: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀ ଆସିଫ ଶେଖଙ୍କ ଘରକୁ ଧ୍ୱଂସ କରିଦିଆଯାଇଛି। ସୂଚନା ଅନୁଯାୟୀ, ପୁଲୱାମା ଜିଲାର ଅବନ୍ତିପୋରାର ତ୍ରାଲ ଅଞ୍ଚଳର ମୋଙ୍ଗାମାରେ...

‘ହମାସ ନେତାମାନେ POK ଗସ୍ତ କରିଥିଲେ’: ଇସ୍ରାଏଲ କୂଟନୀତିକଙ୍କ ଦାବି, ପାକିସ୍ତାନ ଓ ଲସ୍କର ସହ ହମାସର ସମ୍ପର୍କ

ନୂଆଦିଲ୍ଲୀ, ୨୫।୪: ଇସ୍ରାଏଲର ଜଣେ ବରିଷ୍ଠ କୂଟନୀତିକ ଏକ ଚାଞ୍ଚଲ୍ୟକର ଦାବି କରି କହିଛନ୍ତି ଯେ, ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସର ନେତାମାନେ ପାକିସ୍ତାନ ଅଧିକୃତ...

ଭାଜପାର ୨ ଗୋଷ୍ଠୀ ମଧ୍ୟରେ ମାରପିଟ: ପଞ୍ଚାୟତିରାଜ ଦିବସ ପାଳନ ବେଳେ ଗଣ୍ଡଗୋଳ

ବାସୁଦେବପୁର,୨୫।୪(ନାରାୟଣ ପ୍ରସାଦ ବାରିକ୍‌):ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଗୁରୁବାର ପୂର୍ବାହ୍ନରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ସହ ରାଶନ କାର୍ଡ ବଣ୍ଟନ କରାଯାଇଛି।...

ଗରମ, ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ

ଭବାନୀପାଟଣା,୨୫ା୪(ଉତ୍ତମ କୁମାର ଦାଶ):ବଣପାହାଡ ଘେରା କଳାହାଣ୍ଡି ଜିଲାରେ ପାରଦ ଏବେ ଉପରମୁହାଁ। ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ସହରର ତାପମାତ୍ରା ଏବେ ୪୫...

ଆତଙ୍କବାଦୀ ଆକ୍ରମଣର ପ୍ରତିବାଦ: ସବୁଠି ବିରୋଧର ନିଆଁ

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ): ଜମ୍ମୁ କଶ୍ମୀର ପହଲଗାମରେ ସଂଘଟିତ ଆତଙ୍କବାଦୀ ହମଲା ସାରା ଦେଶବାସୀଙ୍କୁ ସ୍ତବ୍ଧ କରି ପକାଇଛି। ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ମୃତକଙ୍କ ଉଦ୍ଦେଶ୍ୟରେ...

ଢାବା ମାଲିକଙ୍କ ଉପରେ ଗୁଳିମାଡ଼

ରାଉଲକେଲା,୨୫।୪(ସଂଗୀତା ଜେନା):ବିସ୍ରା ଥାନା ଅନ୍ତର୍ଗତ ସାରୁବାହଲରେ ଥିବା ଡୁଗ୍ରୁ ଢାବାରୁ ୭ ରୁ ୮ ଜଣ ବ୍ୟକ୍ତି ବନ୍ଧୁକ ମୁନରେ ଏବଂ ଛୁରି ଦେଖାଇ ଡକାୟତି...

ଦ୍ୱିତୀୟ ବିବାହ ପାଇଁ ପୁଅଙ୍କୁ ହତ୍ୟା: ପଥର ଖାଦାନରୁ ମିଳିଲା ନିଖୋଜ ନାବାଳକର ମୃତଦେହ

ଜେନାପୁର/ଧର୍ମଶାଳା,୨୫।୪(ଅଶୋକ ଦାସ/ ବଟକୃଷ୍ଣ ପରିଡ଼ା): ଯାଜପୁର ଜିଲା ଜେନାପୁର ଥାନା ସାହାଣୀଡ଼ିହ ପଞ୍ଚାୟତ ଚାରଗୋଠ ଗ୍ରାମରୁ ନିଖୋଜ ହୋଇ ଯାଇଥିବା ୬ ବର୍ଷର ନାବାଳକ ଶିବୁ...

୨ଶହ ଟଙ୍କା ପାଇଁ ପୁଅର କାଠବେଣ୍ଟ ମାଡ଼ରେ ବାପ ମୃତ

ରାଉରକେଲା,୨୫।୪(ସଙ୍ଗୀତା ଜେନା): ଦକ୍ଷିଣ ରାଉରକେଲା ଟାଙ୍ଗରପାଲି ଥାନା ଅନ୍ତର୍ଗତ ଆଇଡିଏଲ୍‌ ଗୋପବନ୍ଧୁନଗରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ୨ଶହ ଟଙ୍କା ଦେବାକୁ ରାଜି ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image